ଭୁବନେଶ୍ବର: ଆଗାମୀ ଇଣ୍ଡିଆନ୍‌ ମହିଳା ଲିଗ୍‌ ଲାଗି ଓଡ଼ିଶା ଏଫ୍‌ସି ଘାନାର ପୂର୍ବତନ ୨୦ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଖେଳାଳି ଫୌସ୍ତିନା ଓରଓର୍ନୟୋ ଆକ୍‌ପୋଙ୍କୁ ଦଳରେ ନେଇଛି। ଜୋର୍ଡାନ ମହିଳା ଲିଗ୍‌ରେ ଅଲ୍‌-ନାସର ପକ୍ଷରୁ ଖେଳୁଥିବା ଫୌସ୍ତିନା ନିଜକୁ ପ୍ରମାଣିତ କରିବା ସହ ପ୍ରତିଭାବାନ ଗୋଲ୍‌ ସ୍କୋରର୍‌ ଥିଲେ। ଏହି ଆକ୍ରମଣାତ୍ମକ ଖେଳାଳିଙ୍କ ଦକ୍ଷତା ଏବଂ ଅଭିଜ୍ଞତା ଇଣ୍ଡିଆନ୍‌ ମହିଳା ଲିଗ୍‌ରେ ଦଳକୁ ଅତିରିକ୍ତ ବଳ ଯୋଗାଇବ। ଦଳରେ ଯୋଗଦେଇଥିବାରୁ ଫୌସ୍ତିନାଙ୍କୁ ଶୁଭେଚ୍ଛା ଜଣାଇଛି ଓଡ଼ିଶା ଏଫ୍‌ସି।