ଚେନ୍ନାଇ: ସମସ୍ତଙ୍କୁ ଘାରିଛି କ୍ରିକେଟ୍ ଜର । ଫାଇନାଲ ଫିଭର ଆଜି ସାରା ଦେଶରେ, ସାରା ବିଶ୍ବରେ । ଦୁବାଇରେ ଫାଇନାଲ ଫାଇଟ୍ ହେଉଥିବା ବେଳେ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କିଏ ଘରେ ଟିଭି ଲଗେଇ ପରିବାର ସହ ଦେଖୁଛି ତ କିଏ ଗାଁରେ ବଡ ସ୍କ୍ରିନରେ ଖେଳ ଦେଖୁଛି ଆଉ କିଏ ଭୋଜି ଭାତ କରି ମ୍ୟାଚ୍ ଉପଭୋଗ କରୁଛନ୍ତି । ଫାଇନାଲରେ ଭାରତ ଜିତୁ ଏହା ସମସ୍ତେ ଆଶା ରଖିଥିବା ବେଳେ ଆଗୁଆ ବାଣ ଆଣି ଛନ୍ତି ।

Advertisment

ଆଉ ଏତିକି ବେଳେ ଚେନ୍ନାଇରୁ ଆସିଛି ଭିନ୍ନ ଏକ ଚିତ୍ର । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବାକୁ କ୍ରୀଡା କର୍ତ୍ତୃପକ୍ଷଙ୍କ ତରଫରୁ ତାମିଲନାଡୁ ମାରିନା ବିଚରେ ଏକ ବିରାଟ ସ୍କ୍ରିନର ବ୍ୟବସ୍ଥା ହୋଇଛି ଯେଉଁଛି କ୍ରୀକେଟପ୍ରେମୀ ବାଲିରେ ବସି ମ୍ୟାଚର ମଜା ନେଉଛନ୍ତି ।