ଫିଞ୍ଚ୍‌ଙ୍କୁ ଧୋନି-କୋହଲିଙ୍କ ଜର୍ସି ଉପହାର

ସିଡନି: ଚଳିତ ବର୍ଷର ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ଏହାର ସନ୍ତକ ଭାବେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ଭାରତୀୟ କ୍ରିକେଟ୍‌ର ଦୁଇ ଚର୍ଚିତ ତାରକା ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ନିଜ ନିଜ ଜର୍ସି ଉପହାର ଦେଇଥିଲେ। ରବିବାର ଫିଞ୍ଚ୍‌ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଟାରେ ଯାହାର ଫଟୋ ପ୍ରକାଶ କରି ଉଭୟ ଧୋନି ଓ କୋହଲିଙ୍କୁ ସେମାନଙ୍କ ସ୍ମରଣୀୟ ଉପହାର ଲାଗି ଧନ୍ୟବାଦ ଦେଇଛନ୍ତି। ଫିଞ୍ଚ୍‌ ଏଥିରେ ଲେଖିଛନ୍ତି ଧନ୍ୟବାଦ କୋହଲି ଓ ମାହି, ଗତ ଭାରତ ଗସ୍ତରେ ଆପଣ ଦୁଇ ଜଣଙ୍କ ଜର୍ସି ପାଇ ମୁଁ ବହୁତ ଖୁସି। ପଡ଼ିଆ ଭିତରେ ଆମେ ନିଜ ନିଜ ଦେଶ ପାଇଁ ଲଢ଼ୁଥିଲେ ମଧ୍ୟ ଆପଣ ଦୁଇ ଜଣଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି।

ସମ୍ବନ୍ଧିତ ଖବର