ହେଡିଙ୍ଗଲେ : ହେଡିଙ୍ଗଲେ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳର ସ୍ଥିତିକୁ ଅତ୍ୟନ୍ତ ମଝବୁତ କରିଛନ୍ତି । ପ୍ରଥମ ଦିନରେ ହିଁ ଭାରତର ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରି ଏକ ବିଶାଳ ସ୍କୋର ପାଇଁ ସ୍ଥିତି ଅନୁକୂଳ କରିଛନ୍ତି । ଆଜି ପ୍ରଥମେ ଯଶସ୍ବୀ ଜୟସ୍ବାଲ ଶତକ ଅର୍ଜନ କରିବା ପରେ ଅଧିନାୟକ ଶୁଭମନ ଗିଲ ମଧ୍ୟ ଏକ ଲଢୁଆ ଶତକ ହାସଲ କରିଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୩ ଓ୍ବିକେଟ ହରାଇ ୩୧୨ ରନ କରିଛି । ଶୁଭମନ ୧୦୯ ରନ ଓ ଋଷଭ ପନ୍ତ ୪୨ ରନରେ ଖେଳୁଛନ୍ତି ।

Advertisment

ଏହି ମ୍ୟାଚରେ ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ ରାହୁଲ ୪୨ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରିନଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ୍ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ । ଜୟସ୍ବାଲ ୧୦୧ ରନ କରି ଆଉଟ ହେବା ପରେ ଶୁଭମନ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଗୋଟିଏ ଓ ବେନ ଷ୍ଟୋକ୍ସ ଦୁଇଟି ଓ୍ବିକେଟ ନେଇଥିଲେ ।