ଲର୍ଡସ : ଲର୍ଡସ ଟେଷ୍ଟ ଏକ ନାଟକୀୟ ସ୍ଥିତିରେ ପହଞ୍ଚିଛି ।  ଇଂଲଣ୍ଡର ୩୮୭ ରନ ଜବାବରେ ବ୍ୟାଟିଂ କରୁଥିବା ଭାରତ ମଧ୍ୟ ୧୦୭ ରନରେ ୩ଟି ଓ୍ବିକେଟ ହରାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଟେଷ୍ଟରେ ଭାରତୀୟ ବିଜୟର କର୍ଣ୍ଣଧାର ସାଜିଥିବା ଅଧିନାୟକ ଶୁବମନ ଗିଲ ଶସ୍ତାରେ ପାଭିଲିୟନ ଫେରିଛନ୍ତି। ସେ ମାତ୍ର ୧୬ ରନ କରି କ୍ରିସ୍ ଓକ୍ସଙ୍କ ବଲରେ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେହିପରି କରୁଣ ନାୟାର ୪୦ ରନ କରିଥିଲେ । 

Advertisment

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ଡକେଟ୍ ୨୩ ଓ କ୍ରାଉଲି ୧୮ ରନ କରିଥିଲେ । ତେବେ ଓଲି ପୋପ୍ ଓ ଜୋ ରୁଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୋପ୍ ୪୪ ରନ କରିଥିବାବେଳେ ରୁଟ୍ ଏକ ଲଢୁଆ ଶତକ ଅର୍ଜନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୪ ରନ କରିଥିବାବେଳେ ଜେମି ସ୍ମିଥ ଓ ବ୍ରାଇଡନ କାର୍ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।