ଚଳିତ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଉଦୀୟମାନ ଭାରତୀୟ ଯୁବ ତାରକା ଶୁବମନ ଗିଲ୍ ପରବର୍ତୀ ଦଶନ୍ଧୀ ପାଇଁ ବିଶ୍ବ କ୍ରିକେଟ୍ରେ ରାଜ୍ କରିବେ ବୋଲି ଅନୁଭବ କରିଛନ୍ତି କିଂବଦନ୍ତି ଅଷ୍ଟ୍ରେଲୀୟ ଓପ୍ନର ମାଥ୍ୟୁ ହେଡେନ। ସେ ଯେଭଳି ବଡ଼ ସ୍କୋର୍ କରିଚାଲିଛନ୍ତି ତାହା ଭଗବାନଙ୍କ ବରଦାନ ବୋଲି ହେଡେନ୍ କହିଛନ୍ତି। ୨୩ ବର୍ଷ ବୟସ୍କ ଗିଲ୍ ଇତି ମଧ୍ୟରେ ଟେଷ୍ଟ୍ରେ ୨ଟି ଶତକ, ଦିନିକିଆ ଆନ୍ତର୍ଜାତିକରେ ୪ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ ଶତକ ମାରିସାରିଲେଣି। ଏହାପରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୪୯ ବଲ୍ରୁ ୬୭ ରନ୍ କରିବା ତାଙ୍କ ପ୍ରତିଭାର ପ୍ରମାଣିତ ଦେଇଛି। ସେ ଏଭଳି ଜଣେ ବିଶ୍ବସ୍ତରୀୟ ଖେଳାଳି ଯିଏକି ବିଶ୍ବ କ୍ରିକେଟ୍ରେ ଆଧିପତ୍ୟ ବିସ୍ତାର କରିବେ ବୋଲି ହେଡେନ୍ ଅନୁଭବ କରିଛନ୍ତି।
ଗିଲ୍ ଆଗାମୀ ଦଶନ୍ଧୀ ଧରି ବିଶ୍ବ କ୍ରିକେଟ୍ରେ ରାଜ୍ କରିବେ: ହେଡେନ୍
/sambad/media/post_attachments/wp-content/uploads/2023/04/2-9.jpg)