ଭୁବନେଶ୍ବର : ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାରୁ ୫ ଜଣିଆ ଜୁଡୋ ଦଳ ସହ ଦୁଇ ପ୍ରଶିକ୍ଷକ ଗୀତାଞ୍ଜଳି ପଣ୍ଡା ଓ ମନୋଜ କୁମାର ମୁର୍ମୁ ଟେକନିକାଲ୍ ଅଫିସିଆଲ୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ଥର ପାଇଁ ଜୁଡ଼ୋରେ ଓଡ଼ିଶା ଜାତୀୟ କ୍ରୀଡ଼ାରେ ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ସମ୍ପାଦକ ପିସି ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/10/1-Judo-Team-750x430.jpg)
ଓଡ଼ିଶା ଦଳରେ ତାରାକାନ୍ତ ପରିଡ଼ା, ରାଜେଶ କୁମାର ସାହୁ, ତନିଶା ମନସ୍ବିନୀ ସାହୁ, ଉର୍ମିଳା ସାହୁ, ପ୍ରଭାସିନୀ ବରାଡ ସାମିଲ ଅଛନ୍ତି। ଗତ ଅଗଷ୍ଟ ମାସରେ ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶାରୁ ୭ ଜଣ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ପରବର୍ତୀ ସମୟରେ ବୈଷୟିକ ତ୍ରୁଟି କାରଣରୁ ୨ ଜଣ ବାଦ୍ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/13.jpg)