ନୂଆଦିଲ୍ଲୀ: କୁସ୍ତି ବିଜେତା ଗୀତା ଫୋଗାଟ୍ ଓ ପବନ କୁମାର ସରୋହାଙ୍କ ପୁଅ ଅର୍ଜୁନ ଆଖଡ଼ାରେ ପଦାର୍ପଣ କରିଛି। ୧୦ ମାସ ବୟସର ଅର୍ଜୁନଙ୍କୁ ମାଟି ଆଖଡ଼ାକୁ ନେଇଯାଇ କାଦୁଅରେ ତାଙ୍କୁ ଭିଜାଇ ଦେଇଥିଲେ। ଏହି ମୁହୂର୍ତ୍ତକୁ ସେମାନେ ଫଟୋରେ ମଧ୍ୟ ସାଇତି ରଖିଛନ୍ତି। ଫୋଗଟ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଗୀତା ତାଙ୍କର ସାଥୀ ଖେଳାଳି ପବନଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ। ଗତ ବର୍ଷ ଡିସେମ୍ବରରେ ଏହି ଦୁଇ ଖେଳାଳି ଅର୍ଜୁନଙ୍କୁ ଜନ୍ମ ଦେଇଥିଲେ। ଗୀତା ପ୍ରଥମ ମହିଳା ଭାବେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୫ କିଗ୍ରା ଫ୍ରିଷ୍ଟାଇଲ୍ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ସ୍ବାମୀ ପବନ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୮୬ କିଗ୍ରା ଫ୍ରିଷ୍ଟାଇଲ୍ରେ କାଂସ୍ୟ ପଦକ ପାଇଥିଲେ।
କୁସ୍ତି ଆଖଡ଼ାରେ ପଦାର୍ପଣ କଲା ଗୀତାଙ୍କ ପୁଅ ଅର୍ଜୁନ
/sambad/media/post_attachments/wp-content/uploads/2020/10/dgdgadg465ad4g65g465dgadga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)