ସେମିରେ ଗୋଆ-ଚେନ୍ନାଇ ୧-୧

ଫତୋର୍ଦା: ଆଇସିଏଲ୍‌ରେ ପ୍ରଥମ ସେମିଫାଇନାଲ୍‌ ଭଳି ଦ୍ୱିତୀୟ ସେମିଫାଇନାଲ୍‌ ପ୍ରଥମ ଚରଣ ମଧ୍ୟ ଅମୀମାଂସିତ ରହିଛି। ଆଇଏସ୍‌ଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଆ ଏଫ୍‌ସି ଏବଂ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟ ଅମୀମାଂସିତ ଖେଳିଛନ୍ତି। ଶନିବାର ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ଜବାହାରଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶନିବାର ମ୍ୟାଚ୍‌ରେ ୬୪ତମ ମିନିଟ୍‌ରେ ଗୋଆ ପାଇଁ ମାନୁଏଲ୍‌ ଲଞ୍ଜାରେତୋ ଆଗୁଆ କରିଥିଲେ। କିନ୍ତୁ ୭୧ତମ ମିନିଟ୍‌ରେ ଅନିରୁଦ୍ଧ ଥାପ୍ପା ଏହାକୁ ପରିଶୋଧ କରି ମ୍ୟାଚ୍‌କୁ ବରାବର ସ୍ଥରକୁ ନେଇ ଆସିଥିଲେ। ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ ପ୍ରଥମ ଚରଣରେ ପୁନେ ଏଫ୍‌ସି ଏବଂ ବେଙ୍ଗାଲୁରୁ ଏଫ୍‌ସି ଗୋଲଶୂନ୍ୟ ଅମୀମାଂସିତ ଖେଳିଥିଲେ। ରବିବାର ପ୍ରଥମ ସେମିଫୋଇନାଲ୍‌ର ଦ୍ୱିତୀୟ ଚରଣରେ ଏହି ଦୁଇ ଦଳ ଖେଳିବାକୁ ଯାଉଥିବାର ପ୍ରଥମ ଫାଇନାଲିଷ୍ଟ ମିଳିଯିବ।

ସମ୍ବନ୍ଧିତ ଖବର