ଗୋଆ: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ସୋମବାର ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସି ସହ ପଏଣ୍ଟ୍ ବାଣ୍ଟିଛି ଗୋଆ ଏଫ୍ସି। ଘରୋଇ ପଡ଼ିଆରେ ଖେଳୁଥିବା ଗୋଆ ଏହି ମ୍ୟାଚ୍କୁ ୧-୧ ଗୋଲ୍ରେ ଅମୀମାସିତ ରଖିଥିଲା। ଏହି ଅମୀମାଂସିତ ସହ ଗୋଆ ୨ ମ୍ୟାଚ୍ରୁ ଗୋଟିଏ ବିଜୟ ସହ ୪ ପଏଣ୍ଟ୍ ପାଇ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ୨ରୁ ୨ ଅମୀମାଂସିତ ରଖି ୨ ପଏଣ୍ଟ୍ ସହ ସପ୍ତମସ୍ଥାନରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାରର ପ୍ରଥମାର୍ଧ ଗୋଲ୍ ଶୂନ୍ୟଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ମାନୁଏଲ୍ ଓନଉଙ୍କ ଏକ ହେଡର୍କୁ ଉଦାନ୍ତ ସିଂହ (୬୨ ମିନିଟ୍) ଗୋଲ୍ରେ ପରିଣତ କରି ଚଳିତ ଆଇଏସଏଲ୍ରେ ବେଙ୍ଗାଲୁରୁ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ଏହି ଗୋଲ୍ ବଳରେ ବେଙ୍ଗାଲୁରୁ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଇଞ୍ଜୁରି ଟାଇମ୍ରେ ଗୋଆକୁ ମିଳିଥିଲା ଏକ ପେନାଲ୍ଟି। ଏହି ସୁଯୋଗକୁ ହାତଛଡ଼ା ନକରି ଫେରାନ କୋରୋମିନାସ (୯୦ ମିନିଟ୍) ଗୋଲ୍ରେ ପରିଣତ କରି ଗୋଆକୁ ପରାଜୟରୁ ମୁକୁଳାଇଥିଲେ। ରବିବାର ଚେନ୍ନାଇସ୍ଥିତ ଜବାହାରଲାଲ ନେହରୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚେନାୟିନ୍ ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମ୍ୟାଚ୍ ଗୋଲ୍ଶୂନ୍ୟ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ନିଜ ନିଜ ମଧ୍ୟରେ ପଏଣ୍ଟ୍ ବାଣ୍ଟି ନେଇଥିଲେ।