ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ଭାର୍‌ ବ୍ୟବହାର ହେଉଛି। କିନ୍ତୁ ପୂର୍ବରୁ ବ୍ୟବହୃତ ହେଉଥିବା ଗୋଲ୍‌ ଲାଇନ୍‌ ଟେକ୍‌ନୋଲୋଜି (ଜିଏଲ୍‌ଟି) ମଙ୍ଗଳବାର ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ୧୦ ଜଣରେ ଖେଳୁଥିବା କଲମ୍ବିଆ ପାଇଁ ୩୯ତମ ମିନିଟ୍‌ରେ ଚତୁର ଜୁଆନ୍‌ କ୍ୟୁଣ୍ଟେରୋଙ୍କ ଜରିଆରେ ଗୋଲ୍‌ ଦେଇଥିଲା। ଜାପାନ ଗୋଲରକ୍ଷକ ଏଇଜି କାଓ୍ଵାସିମା ଏହାକୁ ଗୋଲ୍‌ପୋଷ୍ଟ୍‍ର ବାମପାର୍ଶ୍ୱ ବାର୍‌ ନିକଟରେ ବିଳମ୍ବରେ କାବୁ କରିନେଇଥିଲେ। କଲମ୍ବିଆ ଖେଳାଳି ଗୋଲ୍‌ ଉତ୍ସବରେ ବ୍ୟସ୍ତ ହୋଇଥିଲେ ମଧ୍ୟ କାଓ୍ଵାସିମା ଏହାକୁ ବିରୋଧ କରିଥିଲେ। ରେଫରି ଜିଏଲ୍‌ଟିର ବ୍ୟବହାର କରିବା ପରେ ଏହା ଗୋଲ୍‌ ରେଖା ଭିତରେ ଧରାଯାଇଥିବା ସ୍ପଷ୍ଟ ହୋଇଥିଲା। କାଓ୍ଵାସିମା ଭୁଲ ପ୍ରମାଣିତ ହୋଇଥିଲେ।

Advertisment