ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତ ଉପରେ ଚାପ ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କଲା। ଇନ୍ଦୋରରେ ପକାଇଥିବା ଦୃଢ଼ ମୂଳଦୁଆରୁ ସେମାନେ କିଛି ଲାଭ ଉଠାଇ ପାରିଲେ ନାହିଁ। ସେମାନଙ୍କ ପାଖରେ ଭାରତକୁ ଅଡ଼ୁଆରେ ପକାଇଲା ଭଳି ଖେଳାଳି ଥିଲା ଭଳି ମନେ ହେଉନି। ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ହେଲେ ଏପର୍ଯ୍ୟନ୍ତ ସେ ସମିତି କିଛି କମାଲ କରି ନାହାନ୍ତି। କିଛି ସମୟ ପାଇଁ ଦର୍ଶକଙ୍କର ମନୋରଞ୍ଜନ କରି ତା ପରେ ପାଭିଲିୟନ ଫେରି ଯାଇଛନ୍ତି। ତାଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କିଛି ଶିଖିବାର ଅଛି। ହାର୍ଦିକ ଦିନକୁ ଦିନ ନିଜ ପ୍ରଦର୍ଶନରେ ଉନ୍ନତି ଆଣୁଛନ୍ତି। କେବଳ ତାହା ନୁହେଁ ଖେଳର ପରିସ୍ଥିତିକୁ ପଢ଼ି ସେହି ଅନୁଯାୟୀ ଖେଳିବାରେ ସେ ଓସ୍ତାଦ ହୋଇ ଗଲେଣି। ବ୍ୟାଟିଂକ୍ରମରେ ମିଳିଥିବା ପଦୋନ୍ନତିକୁ ମଧ୍ୟ ସେ ସାର୍ଥକ କରି ପାରିଛନ୍ତି। ଆଉ ଜଣେ ଯୁବ ଭାରତୀୟ ମନୀଷ ପଣ୍ଡେ ମଧ୍ୟ ଭଲ ଖେଳୁଛନ୍ତି। ସୀମା ରେଖା ପାଖରେ ସେ ନେଇଥିବା କ୍ୟାଚ୍ ଏହାର ବଳିଷ୍ଠ ଉଦାହରଣ। ଅଷ୍ଟ୍ରେଲିଆ ସେଦିନ ୩୦୦ରୁ ଅଧିକ ରନ୍ କରିବା କଥା। ହେଲେ କୋହଲିଙ୍କ ଚତୁର ନେତୃତ୍ୱ ସହ ଠିକଣା ସମୟରେ କୁଲଦୀପଙ୍କ କମାଲ ପାଇଁ ଅଷ୍ଟ୍ରେଲିଆ ତା’ର ରନ୍ ଗତି ବଢ଼ାଇ ପାରିଲାନି। ଏହା ପରେ ରୋହିତ ଘଣ୍ଟାଏ ପର୍ଯ୍ୟନ୍ତ କ୍ରିଜ୍ରେ ରହିଲେ। ସେ ଯେତେବେଳେ ବ୍ୟାଟିଂ କରନ୍ତି ଜଣେ ଚିତ୍ରକର କାନଭାସ୍ରେ ଚିତ୍ର ଆଙ୍କୁଥିଲା ଭଳି ଲାଗେ। ସେ ବ୍ୟାଟିଂକୁ ପୂରା ସହଜ କରି ଦିଅନ୍ତି। ରାହାଣେ ମଧ୍ୟ ତାଙ୍କଠାରୁ ବେଶି ପଛରେ ନାହାନ୍ତି। ବେଙ୍ଗାଲୁରୁରେ ଗତ କିଛି ଦିନ ହେବ ପାଗ ଭଲ ନାହିଁ। ହେଲେ ୪ ବର୍ଷ ତଳେ ଏହିଠାରେ ହିଁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଥିଲେ। ସେଥିପାଇଁ ଭଗବାନଙ୍କ ହସ୍ତକ୍ଷେପ ବିନା ଅଷ୍ଟ୍ରେଲିଆ ପାଇଁ ଏହି ଭାରତୀୟ ଦଳକୁ ହରାଇବା ସମ୍ଭବ ହେବ ନାହିଁ ବୋଲି ଭାବୁଛି। (ପିଏମଜି)
ଅଷ୍ଟ୍ରେଲିଆକୁ ଭଗବାନ ଭରସା
ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2017/09/australia-odi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)