ଫିଫା ବାସନ୍ଦାଦେଶର ପ୍ରଭାବ: ଏଏଫ୍‌ସି କ୍ଲବ୍ ଚାମ୍ପିଅନସିପ୍ ଖେଳିନପାରି ଫେରିଲା ଗୋକୁଳମ କେରଳ

ପଣଜୀ : ଭାରତକୁ ଫିଫା ବାସନ୍ଦ କରିବାର ପ୍ରଭାବ ଦେଶର ଫୁଟବଲ୍ କ୍ଲବ୍ ଉପରେ ପଡ଼ିବା ଆରମ୍ଭ କରିଛି। ଏଏଫ୍‌ସି ମହିଳା କ୍ଲବ୍ ଚାମ୍ପିଅନସିପ୍ ‌ଖେଳିବାକୁ ଉଜ୍‌ବେକିସ୍ତାନ ଯାଇଥିବା‌ ଗୋକୁଳମ କେରଳ ଦଳ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିନପାରି ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛି। ଫିଫା ଏବଂ ଏସୀୟ ଫୁଟ୍‌ବଲ୍ ମହାସଂଘ ସହ ଚାଲିଥିବା କଥାବାର୍ତ୍ତା ବିଫଳ ହେବା ପରେ କ୍ରୀଡ଼ା ମନ୍ତ୍ରାଳୟର ପରାମର୍ଶକ୍ରମେ ଏହି ଦଳର ଖେଳାଳି ଭାବେ ଭାରତ ଫେରିଆସିଛନ୍ତି।

ଗୋକୁଳମ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଗତ ମଙ୍ଗଳବାର ତାସ୍‌କେଣ୍ଟ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଫିଫା ସମସ୍ତ ପ୍ରକାର ଫୁଟ୍‌ବଲ୍ ପ୍ରତିଯୋଗିତାରୁ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିବା ଖବର ଦଳକୁ ଦୋହଲାଇ ଦେଇଥିଲା। ଫିଫା ବାସନ୍ଦାଦେଶ ନଉଠାଇବା ପର୍ଯ୍ୟନ୍ତ ଆମେ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବୁ ନାହିଁ ବୋଲି ଗୋକୁଳମ କ୍ଲବ୍‌ର ସଭାପତି ଭିସି ପ୍ରବୀଣ କହିଛନ୍ତି।

ସମ୍ବନ୍ଧିତ ଖବର