ଗୋଲ୍ଡ କୋଷ୍ଟ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରୁ ୧୩ ଜଣ ଦକ୍ଷିଣ ଆଫ୍ରିକୀୟ ଆଥ୍ଲେଟ୍ ନିଖୋଜ ହୋଇଯାଇଛନ୍ତି। ଗୁରୁବାର ଭାରତ ବିପକ୍ଷ ମ୍ୟାଚ୍ ବେଳେ ସିଏରା ଲିଓନେ ପୁରୁଷ ଯୁଗଳ ସ୍କ୍ଵାସ୍ ଖେଳାଳି ଅର୍ନେଷ୍ଟ ଜୋମ୍ବ୍ଲା ଓ ୟୁସିଫ୍ ମାନ୍ସାରେ ଅନୁପସ୍ଥିତ ରହିବା ପରେ ଆଥ୍ଲେଟ୍ଙ୍କ ନିଖୋଜ ଖବର ଜଣାପଡ଼ିଥିଲା। ବିଶେଷକରି କାମେରୁନ୍ ଦଳର ୮ (୫ ମୁଷ୍ଟିଯୋଦ୍ଧା ଓ ୩ ଭାରୋତ୍ତୋଳକ) ସଦସ୍ୟ ନିଖୋଜ ଥିବା ଜଣାପଡ଼ିଥିଲା ବେଳେ ଗୋଲ୍ଡ କୋଷ୍ଟ ଆୟୋଜକମାନେ ରୁଓ୍ଵାଣ୍ଡା ଓ ଉଗାଣ୍ଡାର କେତେକ ଆଥ୍ଲେଟ୍ଙ୍କ ନିଖୋଜ ଖବରକୁ ସ୍ପଷ୍ଟ କରିଛନ୍ତି। ଉଭୟ ସ୍କ୍ଵାସ୍ ଖେଳାଳିଙ୍କ ପତ୍ତା ମିଳୁନଥବା ବେଳେ ସେମାନଙ୍କ ସନ୍ଧାନ ନେବା ପାଇଁ ପ୍ରୟାସ ଚଳାଇଛୁ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ଗ୍ରେଭେମ୍ବର୍ଗ କହିଛନ୍ତି। ତେବେ ଯେଉଁମାନଙ୍କର ବୈଧ ଭିସା ନଥିବ ସେମାନଙ୍କ ସଂପର୍କରେ ଆମେ କିଛି କହିପାରିବୁ ନାହିଁ ବୋଲି ଡେଭିଡ୍ ସ୍ପଷ୍ଟ କରିଛନ୍ତି। ତଥାପି ନିଖୋଜ ଆଥ୍ଲେଟ୍ଙ୍କୁ ଖୋଜିବା ପାଇଁ ଆମେ ସେମାନଙ୍କ ଦଳକୁ ସମର୍ଥନ ଦେବୁ ବୋଲି ସେ କହିଛନ୍ତି। ୨୦୦୦ ସିଡ୍ନି ଅଲିମ୍ପିକ୍ସରେ ୧୦୦ରୁ ଅଧିକ ଆଥ୍ଲେଟ୍ ନିଜ ନିଜର ଭିସା ଅବଧି ପରେ ମଧ୍ୟ ଅବସ୍ଥାନ କରିଥିଲେ। ଏହା କ୍ରୀଡ଼ା ଆୟୋଜକଙ୍କୁ ଅଡୁଆରେ ପକାଇଥିଲା। ଏଥର ଗୋଲ୍ଡ କୋଷ୍ଟ କ୍ରୀଡ଼ା ପାଇଁ ଆଥ୍ଲେଟ୍ଙ୍କ ଭିସା ମିଆଦ ମେ ୧୫ ତାରିଖରେ ଶେଷ ହେବ ବୋଲି ଡେଭିଡ୍ କହିଛନ୍ତି। ଏହାପରେ ରହିବାକୁ ଚେଷ୍ଟା କରୁଥିବା ଆଥ୍ଲେଟ୍ମାନଙ୍କୁ ବଳପୂର୍ବକ ଦେଶରୁ ବାହାର କରିଦିଆଯିବ ବୋଲି ଅଷ୍ଟ୍ରେଲିଆର ସ୍ୱରାଷ୍ଟ୍ର ମନ୍ତ୍ରୀ ପିଟର ଡଟ୍ଟନ ଚେତାଇ ଦେଇଛନ୍ତି।
ଗୋଲ୍ଡକୋଷ୍ଟରୁ ୧୩ ଆଫ୍ରିକୀୟ ଆଥ୍ଲେଟ୍ ନିଖୋଜ
/sambad/media/post_attachments/wp-content/uploads/2018/02/gold-cost.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)