ଗୋଲ୍ଡ କପ୍‌ ଅନ୍ତଃସହର ହକି ଉଦ୍‌ଘାଟିତ: ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜୟୀ

ରାଉରକେଲା: ତୃତୀୟ ଅନ୍ତଃସହର ଗୋଲ୍ଡ କପ୍‌ ହକି ପ୍ରତିଯୋଗିତା ରବିବାର ପାନପୋଷ ହକି ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ପେସାଦାର ବର୍ଗର ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଏକପାଖିଆ ବିଜୟ ହାସଲ କରିଛି। ଏହ ଦଳ ୩-୦ ଗୋଲ୍‌ରେ ସୁନ୍ଦରଗଡ଼ ସାଇ କେନ୍ଦ୍ରକୁ ପରାସ୍ତ କରିଦେଇଛି। ବିଜୟୀ ଦଳ ପକ୍ଷରୁ ତେଓଫିଲ କୁଜୁର୍‌ (୧୦ ମିନିଟ୍‌), ପ୍ରସନ୍ନ ତିର୍କି (୪୧ ମିନିଟ୍‌) ଓ ସୁଦୀପ କେର୍କେଟା (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର