ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚର୍ତୁରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତାର ଶେଷ ଦୁଇ ଲିଗ୍ ମ୍ୟାଚ୍ ବୁଧବାର ଖେଳାଯିବ। ପ୍ରଥ ମ୍ୟାଚ୍ରେ ଇରାନକୁ ନେପାଳ ଏବଂ ଦ୍ବିତୀୟରେ ଶକ୍ତିଶାଳୀ ମିଆଁମାରକୁ ଆୟୋଜକ ଭାରତ ଭେଟିବ। ଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଉଭୟ ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ। ନିମ୍ନ ମାନ୍ୟତାପ୍ରାପ୍ତ ନେପାଳଠାରୁ ଅପ୍ରତ୍ୟାଶିତ ପରାଜୟ ବରଣ କରିବା ପରେ ଭାରତ ପାଇଁ ମିଆଁମାର ମ୍ୟାଚ୍ କର ବା ମର ହେବ। ବିଶ୍ବ ମାନ୍ୟତାର ୪୦ତମ ସ୍ଥାନରେ ଥିବା ମିଆଁମାର ତା’ର ଦୁଇଟି ଯାକ ମ୍ୟାଚ୍ ଜିତି ୬ ପଏଣ୍ଟ୍ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଭାରତ ଓ ନେପାଳ ୩ ପଏଣ୍ଟ୍ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଇରାନ ତା’ର ଦୁଇଟି ଯାକ ମ୍ୟାଚ୍ ହାରି ସବାଶେଷ ଚତୁର୍ଥ ସ୍ଥାନରେ ରହିଛି। ମିଆଁମାର ଫାଇନାଲ୍ ଖେଳିବା ଆପାତତଃ ପକ୍କା ହୋଇ ସାରିଥିଲା ବେଳେ ଅନ୍ୟ ସ୍ଥାନଟି ପାଇଁ ନେପାଳ, ଭାରତ ଓ ଏପରିକି ଇରାନ ପାଖରେ ମଧ୍ୟ ସୁଯୋଗ ରହିବ। ପ୍ରତିଯୋଗିତାର ନିୟମ ଅନୁସାରେ ଦଳଗୁଡ଼ିକ ସମାନ ସ୍ତରରେ ରହିଲେ ଗୋଲ୍ ବ୍ୟବଧାନ ହିଁ ମାନ୍ୟତା ନିର୍ଣ୍ଣ0ୟ ବେଳେ ବିଚାରକୁ ନିଆଯିବ। ଏହା ସମାନ ରହିଲେ ଗୋଲ୍ ଦେବା ସଂଖ୍ୟା ଫାଇନାଲିଷ୍ଟ ବାଛିବାରେ ବ୍ୟବହୃତ ହେବ। ଏଥିରେ ମଧ୍ୟ ଯଦି ଦୁଇଟି ଦଳ ସମାନ ସ୍ତରରେ ରୁହନ୍ତି, ତାହାଲେ ମୁହାଁ ମୁହିଁ ଫଳାଫଳକୁ ହିସାବକୁ ନିଆଯିବ। ଭାରତର ଗୋଲ୍ ବ୍ୟବଧାନ ଏବେ ଶୂନ ଥିଲା ବେଳେ ନେପାଳର ବିଯୁକ୍ତ ୨ ଏବଂ ଇରାନର ବିଯୁକ୍ତ ୩ ରହିଛି। ଭାରତୀୟ ଦଳର ପ୍ରଶିକ୍ଷକ ମେମୋଲ ରକି କିନ୍ତୁ ବୁଧବାର ଭାରତ ବିଜୟ ଧାରାକୁ ଫେରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଗୋଟିଏ ପରାଜୟର ମାନେ ନୁହେଁ ଯେ ଆମେ ଏକ ଖରାପ ଦଳ। ଆମେ ଏବେବି ଫାଇନାଲ୍ ଦୌଡ଼ରେ ରହିଛୁ। ମିଆଁମାର ବିପକ୍ଷରେ ଭଲ କରିବୁ ବୋଲି ଆଶା ରଖିଛୁ। ମୁଁ ସ୍ଥିର ନିଶ୍ଚିତ ଯେ ଆମେ ସଫଳ ପ୍ରତ୍ୟାବର୍ତନ କରିବୁ। ହେଲେ ମିଆଁମାର ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ତାକୁ ହରାଇବା ସେତେଟା ସହଜ ହେବନି ବୋଲି ସେ ସ୍ବୀକାର କରିଛନ୍ତି।
ଗୋଲ୍ଡ କପ୍ର ଗୁରୁତ୍ବପୂର୍ଣ୍ଣ ଦିନ, ଲେଉଟାଣୀ ଲକ୍ଷ୍ୟରେ ଭାରତ
ଆଜିର ମ୍ୟାଚ୍ ନେପାଳ ବନାମ ଇରାନ (ଅପରାହ୍ନ ୪) ଭାରତ ବନାମ ମିଆଁମାର (ରାତି ୭)
/sambad/media/post_attachments/wp-content/uploads/2019/02/football-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)