ଭୁବନେଶ୍ବର: କାନାଡ଼ାରେ ଆୟୋଜିତ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁଙ୍କୁ ବୁଧବାର ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଉତ୍କଳ କରାଟେ ସ୍କୁଲ୍‌ର ଛାତ୍ରୀ ଓ ଓଡ଼ିଶା ପୁଲିସରେ କାର୍ଯ୍ୟରତ ଚିନ୍ମୟୀ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ୬୦ କେଜି ଫାଇଟ୍‌ ଓ ଟିମ୍‌ ଫାଇଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲ୍ଲିକ, ସଭ୍ୟ ସଂଜୟ ଦାସ, ସନତ ନାୟକ, କାଳିପ୍ରସାଦ ନନ୍ଦ, ଚିତ୍ତରଂଜନ ସ୍ବାଇଁ, ରୋମିଓ ନନ୍ଦ, ଅରବିନ୍ଦ ପଟ୍ଟନାୟକ, ସନ୍ତୋଷ ମହାରଣା, ପ୍ରଦୀପ କୁମାର ପାତ୍ର, ସମରେନ୍ଦ୍ର ରାଉତରାୟ, ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।