ଏସୀୟ କ୍ରୀଡ଼ା ଵିଣ୍ତ ସର୍ଫି˚ ଯୋଗ୍ୟତା ପର୍ଯ୍ୟାୟ ମନସ୍ବିନୀଙ୍କୁ ସ୍ବର୍ଣ୍ଣ ପଦକ

କଟକ: ମୁମ୍ବାଇରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ଵିଣ୍ତ ସର୍ଫି˚ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାର ମନସ୍ବିନୀ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଆର‌୍‌ଏସ୍‌ ଏକ୍ସ ବିଭାଗରେ ହୋଇଥିବା ୧୨ଟି ରେସ୍‌ରେ ପ୍ରଥମ ସ୍ଥାନରେ ରହିଥିଲେ ସେ। ଯଦିଓ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି, କିନ୍ତୁ ଏହି ମେଗା ଇଭେଣ୍ଟକୁ ବାତିଲ କରିଦିଆଯାଇଛି। ଏସୀୟ କ୍ରୀଡ଼ା ଚୀନରେ ହେବାର ଥିଲା। ଯଦି ୪ମାସ ମଧ୍ୟରେ ଏହି ପ୍ରତିଯୋଗିତା ନହୁଏ, ତାହେଲେ ମନସ୍ବିନୀଙ୍କୁ ପୁଣି ଥରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି।

ମନସ୍ବିନୀଙ୍କ ବ୍ୟତୀତ ଡି.ଶେଖର ରାଓ ପ୍ରଥମ ଥର ପାଇଁ ବରିଷ୍ଠ ବିଭାଗରେ ପ୍ରତିଦ୍ବନ୍ଦିତା କରି ଷଷ୍ଠ ସ୍ଥାନରେ ରହିଥିଲେ। ଏଥିପୂର୍ବରୁ ଗୋଆରେ ହୋଇଥିବା ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର ଏହି ଦୁଇ ଵଣ୍ତ ସର୍ଫର ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଉଭୟଙ୍କୁ ଉଚ୍ଚସ୍ତରର ପ୍ରଶିକ୍ଷଣ ପାଇଁ ଆଗକୁ ବ୍ୟାଙ୍କକ୍‌ ପଠାଇବାକୁ ଯୋଜନା କରାଯାଉଥିବା ଓଡ଼ିଶା ୟାଚି˚ ସ˚ଘର ସମ୍ପାଦକ ସବିର ବକ୍ସ ସୂଚନା ଦେଇଛନ୍ତି। ତେବେ ବ୍ୟାଙ୍କକ୍‌ ଯିବା ପୂର୍ବରୁ ଓଡ଼ିଶାରେ ଵିଣ୍ତ ସର୍ଫି˚ର ପ୍ରଚାର ପ୍ରସାର କରିବାକୁ ଏକ ଶିବିର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଦୁଇ ଖେଳାଳିଙ୍କ ସହ ସବିର ସୋମବାର ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସେମାନଙ୍କୁ ସ୍ବାଗତ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗର ପୂର୍ଣ୍ଣ ସହାୟତା ପାଇଁ ଓଡ଼ିଶା ଜାତୀୟ ପ୍ରତିଯୋଗିତାମାନଙ୍କରେ ପଦକ ଆଣିପାରୁଥିବାରୁ ଓଡ଼ିଶା ୟାଚି˚ ସ˚ଘ ପକ୍ଷରୁ ସବିରଙ୍କ ସହିତ ସଭାପତି ବିଶ୍ବଜିତ ମହାପାତ୍ର, ଉପ ସଭାପତି ଏଲ୍‌.ଏନ୍‌ ଅଗ୍ରଵାଲ, ମୁଖ୍ୟ ସ˚ଯୋଜକ ନସିମ ଖାନ୍‌ ପ୍ରମୁଖ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର