ବ୍ୟାଙ୍କକ୍‌: ଭାରତର ଅର୍ଜୁନ ଲାଲ ଜାଟ୍‌ ଓ ରବି ଯୋଡ଼ି ଥାଇଲାଣ୍ଡ୍‌ରେ ଚାଲିଥିବା ଏସୀୟ ରୋଇଂ ପ୍ରତିଯୋଗିତାରେ ଶନିବାର ପୁରୁଷ ସ୍କଲ୍‌ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡ଼ି ଚୀନ୍‌ର କ୍ବିଙ୍ଗ୍‌ ଲି-ଲୁଟଙ୍ଗ୍‌ ଝାଙ୍ଗ୍‌ ଏବଂ ଉଜ୍‌ବେକିସ୍ତାନ ଯୋଡ଼ି ଦାବ୍ରନ୍‌ ଦାବ୍ରୋନୋଭ୍‌-ଅବ୍‌ଦୁଲୋ ମୁଖମାଦିଭ୍‌ଙ୍କୁ ପଛରେ ପକାଇ ଶୀର୍ଷ ପୋଡିୟମ୍‌ ଫିନିସ୍‌ କରିଥିଲେ। ଅର୍ଜୁନ-ରବିଙ୍କ ଟାଇମିଂ ୬:୫୭.୮୮୩ ଥିଲା ବେଳେ ଚୀନ୍‌ ଯୋଡ଼ିଙ୍କର ୭:୦୨.୩୭୪ ଏବଂ ଉଜ୍‌ବେକିସ୍ତାନ ଯୋଡ଼ିଙ୍କର ୭:୦୭.୭୩୪ ଥିଲା।

Advertisment

ଅନ୍ୟପକ୍ଷରେ ପୁରୁଷ ଏକକ ସ୍କଲ୍‌ସରେ ପରମିନ୍ଦର ସିଂହ ୮:୦୭.୩୨୩ ଟାଇମିଂ ସହ ରୌପ୍ୟ ପଦକ ହାସଲ କରିଥିଲା ବେଳେ ଉଜ୍‌ବେକିସ୍ତାନର ଖୋଲମୁର୍‌ଜାଏଭ ସାଖୋବଜ୍‌ (୭:୫୬.୩୦୭) ସ୍ବର୍ଣ୍ଣ ଏବଂ ଇଣ୍ଡୋନେସିଆର ମେମୋ (୮:୧୦.୦୫୫) କାଂସ୍ୟ ପଦକ ଜିତିଥିଲେ। ରବିବାର ଭାରତୀୟ ପ୍ରତିଯୋଗୀମାନେ ୫ରୁ ଅଧିକ ଫାଇନାଲ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ।