ଭୁବନେଶ୍ବର: କେରଳର କାଲିକଟ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ଫେଡେରେସନ୍ କପ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଦୌଡ଼ରାଣୀ ଦୂତି ଚାନ୍ଦ ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶନିବାର ଫାଇନାଲ୍ରେ ୧୧.୪୯ ସେକେଣ୍ଡ ସମୟ ନେଇ ଏହି ସଫଳତା ଲାଭ କରିଥିଲେ ଦୂତି। କେରଳର ଏମଭି ଜିଲନା (୧୧.୬୩ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲା ବେଳେ କର୍ଣ୍ଣାଟକର ଏମ୍ଏନ୍ ସୀମି (୧୧.୭୧ ସେକେଣ୍ଡ) କାଂସ୍ୟ ପଦକ ଜିତଥିଲେ। ୨୦୧୬ ମସିହାରେ ଦୂତି ୧୧.୩୩ ସେକେଣ୍ଡ ସମୟ ନେଇ ଏହି ପ୍ରତିଯୋଗିତାରେ ମିଟ୍ ରେକର୍ଡ ସ୍ଥାପନ କରିଥିଲେ। ତେବେ ଚଳିତ ଥର ସେହି ଟାଇମିଂ ଛୁଇଁପାରି ନଥିଲେ। ସୂଚନାଯୋଗ୍ୟ ଯେ ମହିଳା ୧୦୦ ମିଟର ଜାତୀୟ କୀର୍ତ୍ତିମାନ (୧୧.୧୭ ସେକେଣ୍ଡ) ମଧ୍ୟ ଦୂତିଙ୍କ ନାଁରେ ରହିଛି।
ଫେଡେରେସନ୍ କପ୍ ଦୌଡ଼କୁଦରେ ଦୂତିଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/04/65da465d4g5g6dgdadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)