କଟକ: ଚତୁର୍ଥ ଗୋଲ୍ଡେନ୍ କିଙ୍ଗ୍ ଅଲ୍ ଓଡ଼ିଶା ଓପନ୍ ସ୍ନୁକର ପ୍ରତିଯୋଗିତା ଚଳିତ ମାସ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ କଟକର ମାତାମଠସ୍ଥିତ ଗୋଲ୍ଡେନ୍ କିଙ୍ଗ୍ ସ୍ନୁକର କ୍ଲବ୍ ପରିସରରେ ଅନୁଷ୍ଠିତ ହେବ। ଜିକେ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜିକେ କର୍ପୋରେସନ ପୃଷ୍ଠପୋଷକତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ ପାଇଁ ଖେଳାଳିଙ୍କ ପ୍ରବେଶ ଶୁଳ୍କ ୫୦୦ ଟଙ୍କା ରହିଛି। ଏପର୍ଯ୍ୟନ୍ତ ୨୬ଜଣ ସ୍ନୁକର ଖେଳାଳି ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ କରିସାରିଲେଣି। ପ୍ରତିଯୋଗିତାର ବିଜେତାଙ୍କୁ ୧୨ ହଜାର ଟଙ୍କା, ଉପବିଜେତାଙ୍କୁ ୬ ହଜାର ଟଙ୍କା, ସେମିଫାଇନାଲିଷ୍ଟଙ୍କୁ ୩ ହଜାର, କ୍ବାର୍ଟର ଫାଇନାଲିଷ୍ଟଙ୍କୁ ୨ ହଜାର, ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସ୍ନୁକର ଖେଳାଳି ସୁବ୍ରତ ଦାସ ସୂଚନ ଦେଇଛନ୍ତି। ଏହି ସମ୍ମିଳନୀରେ ଟପ୍ ସିଡ୍ ସିଦ୍ଧାର୍ଥ ସେନ୍, ଆକାଶ ମହାପାତ୍ରଙ୍କ ସମେତ କ୍ଲବ୍ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଗୋଲ୍ଡେନ୍ କିଙ୍ଗ୍ ଅଲ୍ ଓଡ଼ିଶା ଓପନ୍ ସ୍ନୁକର ଆଜିଠୁ
/sambad/media/post_attachments/wp-content/uploads/2018/10/16-goloden-king-all-odisha-open-snooker-tournnament-payni-press-meet-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)