ଗୋଲଡେନ୍ କିଙ୍ଗ୍ ସ୍ନୁକର ଉଦ୍‌ଯାପିତ, ସୁବ୍ରତଙ୍କୁ ହରାଇ ଆକାଶ ବିଜେତା

ଭୁବନେଶ୍ବର: କଟକରେ ଚାଲିଥିବା ଚତୁର୍ଥ ଗୋଲଡେନ୍ କିଙ୍ଗ୍ ସ୍ନୁକର ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତା ସାରା ଚମତ୍କାର ପ୍ରଦର୍ଶନ କରି ଆସିଥିବା ଶୀର୍ଷ ମାନ୍ୟତା ଆକାଶ ମହାପାତ୍ର ଫାଇନାଲ୍‌ରେ ସୁବ୍ରତ ଦାସଙ୍କୁ ୬-୧ (୫୮-୪୬, ୬୬-୫, ୬୨-୧, ୭୨-୧୩, ୫୪-୬୪, ୬୫-୩୬ ଓ ୭୦-୪୧)ରେ ପରାସ୍ତ କରି ବିଜେତା ଆଖ୍ୟା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାକୁ ଅନୁଜ ପଣ୍ଡା ପରିଚାଳନା କରିଥିଲା ବେଳେ ସରୋଜ ଦାସ ରେଫରି ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର