ଗୋଲଡେନ୍ କିଙ୍ଗ୍ ସ୍ନୁକରରେ ଏକାଧିକ ବିପର୍ଯ୍ୟୟ

ଭୁବନେଶ୍ବର: କଟକରେ ଚାଲିଥିବା ଚତୁର୍ଥ ଗୋଲଡେନ୍ କିଙ୍ଗ୍ ସ୍ନୁକର ପ୍ରତିଯୋଗିତାରେ ଗୁରୁବାରର ଏକାଧିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଜାକିର ଅଲୀ ୩-୧ରେ ତୃତୀୟ ମାନ୍ୟତା ସିଦ୍ଧାର୍ଥ ସେନଙ୍କୁ, ସୌଭାଗ୍ୟ ବେହେରା ୩-୦ରେ ଅଷ୍ଟମ ମାନ୍ୟତା ରାକେଶ ରୋଶନ ପ୍ରଧାନଙ୍କୁ, ଅମିୟ ରଂଜନ ନାୟକ ୩-୨ରେ ସପ୍ତମ ମାନ୍ୟତାର ଜିତେନ ଷଡ଼ଙ୍ଗୀଙ୍କୁ ହରାଇ ଦେଇଛନ୍ତି। ଶୀର୍ଷ ମାନ୍ୟତା ଆକାଶ ମହାପାତ୍ର ୩-୦ରେ ଜଗଦୀଶ ମହାନ୍ତିଙ୍କୁ, ରୁମିତ ଗୁପ୍ତା ୩-୨ରେ ଖଲିଦ ସୁଲତାନକୁ, ସୁବ୍ରତ ଦାସ ୩-୦ରେ ଅଶ୍ବିନ୍ ପଟ୍ଟନାୟକଙ୍କୁ ହରାଇଛନ୍ତି। ସମସ୍ତ ବିଜୟୀ ଖେଳାଳି କ୍ବାର୍ଟରଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର