ଗୋଲଡେନ୍ କିଙ୍ଗ୍ ସ୍ନୁକର, ସେମିରେ ଆକାଶ, ଅମିୟ

ଭୁବନେଶ୍ବର: କଟକରେ ଚାଲିଥିବା ଚତୁର୍ଥ ଗୋଲଡେନ୍ କିଙ୍ଗ୍ ସ୍ନୁକର ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଆକାଶ ମହାପାତ୍ର ଓ ଅମିୟ ରଞ୍ଜନ ନାଏକ ସ୍ଥାନ ସୁରକ୍ଷିତ କରିଛନ୍ତି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଆକାଶ ୪-୨ରେ ସୌଭାଗ୍ୟ ବେହେରାଙ୍କୁ ଏବଂ ଅମିୟ ୪-୩ରେ ଦ୍ବିତୀୟ ଶୀର୍ଷ ମାନ୍ୟତା ଖେଳାଳି ଅନୁଜ ପଣ୍ଡାକୁ ପରାସ୍ତ କରି ଦେଇଛନ୍ତି। ଅନ୍ୟପକ୍ଷରେ ଶେଷ ପ୍ରିକ୍ବାର୍ଟର ଫାଇନାଲ୍‌ରେ ମିଶାଲ ସ୍ବାଇଁଙ୍କୁ ୩-୧ରେ ପରାସ୍ତ କରି ମହମ୍ମଦ ରାଜା କ୍ବାର୍ଟର ଫାଇନାଲ୍‌ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର