ଗୋଲ୍ଡେନ କିଙ୍ଗ୍‌ ସ୍ନୁକର ପ୍ରତିଯୋଗିତା: ମିହିରଙ୍କୁ ସର୍ବାଧିକ ବ୍ରେକ ପଏଣ୍ଟ

କଟକ: ଗୋଲ୍ଡେନ କିଙ୍ଗ୍‌ ସ୍ନୁକର କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ନିଖିଳ ଓଡ଼ିଶା ସ୍ନୁକର ପ୍ରତିଯୋଗିତାର ଦ୍ବିତୀୟ ଦିନରେ ମିହିର ଭୋରା ସର୍ବାଧିକ ବ୍ରେକ ପଏଣ୍ଟ ହାସଲ କରିଛନ୍ତି। ସବ୍ୟସାଚୀ ପଟ୍ଟନାୟକଙ୍କ ସହିତ ହୋଇଥିବା ପ୍ରଥମ ରାଉଣ୍ତ ମୁକାବିଲାର ତୃତୀୟ ସେଟ୍‌ରେ ସେ ୬୬ ପଏଣ୍ଟ ସ˚ଗ୍ରହ କରି ବିଜୟୀ ହୋଇଥିଲେ। ଏହି ମ୍ୟାଚର ପ୍ରଥମ ସେଟ୍‌କୁ ୬୪-୩୬ରେ ମିହିର ଜିତିନେଇଥିଲା ବେଳେ ଦ୍ବିତୀୟ (୫୮-୧୪) ଓ ତୃତୀୟ ସେଟ୍‌ (୬୬-୬୧)ରେ ବି ଆଧିପତ୍ୟ ବିସ୍ତାର କରିଥିଲେ। ତାଙ୍କ ବ୍ୟତୀତ ଖାଲିଦ ସୁଲତାନ ୩-୧ରେ ରୁମିତ ଗୁପ୍ତାଙ୍କୁ, ଅବିନାଶ ମହାପାତ୍ର ୩-୧ରେ ଉଦ୍‌ଭାସ ମହାପାତ୍ରଙ୍କୁ, ସତ୍ୟଦୀପ ଦାସ ୩-୦ରେ ମିଶାଲ ସ୍ବାଇଁ, ରାକେଶ ରୋଶନ ପ୍ରଧାନ ୩-୧ରେ ଚିରାଗ ଆରୋରାଙ୍କୁ, ଅମିୟ ନାୟକ ୩-୦ରେ ନିଖିଲ ଜୈନଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ତରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର