ଭୁବନେଶ୍ୱର: ଚେନ୍ନାଇରେ ଅନୁଷ୍ଠିତ ଜାତୀୟ କନିଷ୍ଠ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ଅରିଜିତ ମହାପାତ୍ରଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ନିଜର ସ୍ୱର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତବେଳେ ଅରିଜିତ୍ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଅରିଜିତ୍ଙ୍କ ସହିତ ଦୁରଦର୍ଶିର ସମ୍ପାଦକ ଦୁର୍ଗା ସାମନ୍ତରାୟ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ଅଧିକାରୀ ଓ ଚନ୍ଦ୍ରଶେଖର ପଣ୍ଡା ଉପସ୍ଥିତ ଥିଲେ। ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାରୁ ଆସିଥିବା ଅରିଜିତ୍ ପୂର୍ବରୁ ଜିଲ୍ଲାସ୍ତରରେ ରୌପ୍ୟ ଏବଂ ରାଜ୍ୟସ୍ତରରେ ୨ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଶିକ୍ଷକ ଦୀପକ ତନଓ୍ଵାର ଓ କବିରାଜ ଗୌଡ଼ଙ୍କୁ ଅରିଜିତ୍ ତାଙ୍କ ଶ୍ରେୟ ଦିଅନ୍ତି।
ସ୍ୱର୍ଣ୍ଣ ବିଜେତା ଅରିଜିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା
/sambad/media/post_attachments/wp-content/uploads/2017/11/arijit-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)