ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା ଲାଗି ଦେଶର କ୍ରୀଡ଼ା ତାରକାମାନେ ନିଜ ନିଜର କ୍ଷମତା ମୁତାବକ ଆର୍ଥିକ ଦାନ ଦେଉଛନ୍ତି। ଗ୍ରେଟର ନଏଡାର ଯୁବ ଗଲ୍ଫ ତାରକା ଅର୍ଜୁନ ଭଟ୍ଟୀ କିନ୍ତୁ ସମ୍ଭବତଃ ଏହି କ୍ଷେତ୍ରରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଆଜି ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଅର୍ଜୁନ ଦେଶ ବିଦେଶରେ ଜିତିଥିବା ପାଖାପାଖି ୧୦୨ଟି ଟ୍ରଫି ବିକ୍ରି କରି ୪.୩୦ ଲକ୍ଷ ଟଙ୍କା ଯୋଗାଡ଼ କରିଛନ୍ତି। ଏହି ଟ୍ରଫିଗୁଡ଼ିକୁ ସେ ଗତ ୮ ବର୍ଷ ମଧ୍ୟରେ ଦେଶ ବିଦେଶରେ ଖେଳିଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଥିଲେ। ସେଥିମଧ୍ୟରେ ତିନିଟି ବିଶ୍ବ ଗଲ୍ଫ ପ୍ରତିଯୋଗିତା ଟ୍ରଫି ଓ ଜାତୀୟ ପ୍ରତିଯୋଗିତା ଟ୍ରଫି। ଟ୍ରଫି ବିକ୍ରିରୁ ମିଳିଥିବା ଅର୍ଥକୁ ଅର୍ଜୁନ ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ଦାନ କରିଛନ୍ତି। ଅର୍ଜୁନ ଏଥିନେଇ କହିଛନ୍ତି ଯେ ଆର୍ଥିକ ସହାୟତା ଲାଗି ମୁଁ ଟ୍ରଫିଗୁଡ଼ିକ ବିକି ଦେଇଥିବା ଜାଣିବା ପରେ ମୋ ଜେଜେ ବାପା ମୋତେ ବହୁତ ପ୍ରଶଂସା କରିଥିଲେ। ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ। ଆମକୁ ସେମାନଙ୍କୁ ବଞ୍ଚାଇବାକୁ ହେବ। ଏମିତି ଅନେକ ଟ୍ରଫି ଭବିଷ୍ୟତରେ ଜିତିହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅର୍ଜୁନଙ୍କ ଏହି ମହତ କାମକୁ ପ୍ରଶଂସା କରିଛନ୍ତି। ଭାରତୀୟ ନାଗରିକଙ୍କ ଏଭଳି ଭାବନା ହିଁ କରୋନା ବିପକ୍ଷରେ ଚାଲିଥିବା ଲଢ଼େଇରେ ଆମର ସବୁଠାରୁ ବଡ଼ ଶକ୍ତି ବୋଲି ମୋଦି ଟ୍ବିଟ୍ କରିଛନ୍ତି।
୧୦୨ ଟ୍ରଫି ବିକିଲେ ଗଲ୍ଫର ଅର୍ଜୁନ
/sambad/media/post_attachments/wp-content/uploads/2020/04/3-Arjun-Bhati-said-he-sold-all-of-his-trophies-to-his-relatives-and-friends-of-his-parents-to-raise-the-fund.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)