ଭୁବନେଶ୍ୱର: ରାଜ୍ୟର ଏକମାତ୍ର ଆଇଏସ୍ଏଲ୍ ଦଳ ‘ଓଡ଼ିଶା ଏଫ୍ସି’ର ପ୍ରଶିକ୍ଷକ ଯୋଶେଫ ଗମ୍ବାୟୁ ନିଜ ପଦରୁ ଦୂରେଇ ଯାଇଛନ୍ତି। ପାରିବାରିକ କାରଣରୁ ଏଭଳି କରିଥିବା ସେ ପ୍ରକାଶ କରିଛନ୍ତି। ଜୀବନରେ ଫୁଟ୍ବଲ୍ଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ କଥା ବି ରହିଛି, ଗମ୍ବାୟୁ ଏବଂ ତାଙ୍କ ପ୍ରଶିକ୍ଷଣ ଦଳ କ୍ଲବ୍ ପାଇଁ ଯାହା କରିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଉଛି ବୋଲି ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ ପ୍ରକାଶ କରିଛନ୍ତି। କ୍ଲବ୍ ଉପରେ ସେମାନେ ଏକ ସକାରାତ୍ମକ ପ୍ରଭାବ ଛାଡ଼ି ଯାଇଛନ୍ତି। ସେମାନେ ଜୀବନରେ ଯେଉଁଆଡ଼େ ଗଲେ ବି ଓଡ଼ିଶାରେ ସେମାନଙ୍କ ପାଇଁ ଏକ ଘର ସୁରକ୍ଷିତ ହୋଇ ରହିଥିବ ବୋଲି ସେ କହିଥିଲେ। ପଦ ଛାଡ଼ିବା ନିଷ୍ପତ୍ତି ସହଜ ନଥିଲା, ଓଡ଼ିଶାରେ ବିତିଥିବା ଦିନ ସବୁ ଉପଭୋଗ କରିଥିଲି। ଦଳକୁ ଭଲରେ ଗଢ଼ିଥିଲି, ଏଥିପାଇଁ ଗର୍ବିତ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଭଲରେ ଋତୁ ଶେଷ କରିପାରି ନଥିଲି ବୋଲି ଗମ୍ବାୟୁ ନିଜ ପ୍ରତିକ୍ରିୟାରେ କହିଥିଲେ। ୨୦୧୮ ମସିହାର ଆଇଏସ୍ଏଲ୍ ପଞ୍ଚମ ଋତୁ ପ୍ରାରମ୍ଭରୁ ଗମ୍ବାୟୁ ଦିଲ୍ଲୀ ଡାଇନାମସ ସହ ଯୋଡ଼ି ହୋଇଥିଲେ। ଏହି କ୍ଲବ୍ ଓଡ଼ିଶା ଏଫ୍ସି ନାମରେ ଗତବର୍ଷ ପଦାର୍ପଣ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଅଳ୍ପକେ ସେମିଫାଇନାଲରୁ ବଞ୍ଚିତ ହୋଇଥିଲା।
ଓଡ଼ିଶା ଏଫ୍ସିଠୁ ଅଲଗା ହେଲେ ଗମ୍ବାୟୁ
/sambad/media/post_attachments/wp-content/uploads/2020/03/download-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)