ରାଉରକେଲା: ଶନିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସକୁ ଏକତରଫାଭାବେ ୪-୧ ଗୋଲରେ ପରାସ୍ତକରି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ବିଜୟଧାରା ଅବ୍ୟାହତ ରଖିଛି।
ଦଳ ପକ୍ଷରୁ ଯୁଗରାଜ ସିଂହ ୨ଟି ଗୋଲ୍(୧୭ ଓ ୩୮) ଦେଇଥିବାବେଳେ ସୁଖଜିତ ସିଂହ(୧) ଓ ଅଭିଶେକ(୪୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଜବାବରେ ଦିଲ୍ଲୀ ଏସ୍ଜି ପାଇପର୍ସର ଗେରାଥ୍ ଫୋରଲଙ୍ଗ୍(୫୩) ଗୋଟିଏ ଗୋଲ୍ଦେବାରେ ସକ୍ଷମ ହୋଇଥଇଲେ।
/sambad/media/media_files/2025/01/04/dcc754e1-96d9-4640-b113-333751783cd1.jpg)
ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ଟିମ୍ ଗୋନାସିକା ୩-୧ ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଦଳ ପକ୍ଷରୁ ସୁନୀଳ ଭିତଳାଚାର୍ଯ୍ୟ ସମର୍ପିତ(୨), ଭିକ୍ଟର ଚାର୍ଲେଟ୍(୩୩) ଓ ନୀଲମ ସଞ୍ଜୀପ ଖେସ୍(୬୦) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ତୁଫାନ୍ସ ପକ୍ଷରୁ ଏକମାତ୍ର ଗୋଲ୍ ଟିମ୍ ବ୍ରାଣ୍ଡ୍(୧୨) ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/04/b4b47063-a598-4239-90c2-3a2314578611.jpg)