ରାଉରକେଲା: ହକି ଇଣ୍ଡିଆ ଲିଗ୍ର ମଙ୍ଗଳବାର ଖେଳାଯାଇଥିବା ହାଇଦ୍ରାବାଦ ତୁଫାନ୍ସ ଓ ଟିମ୍ ଗୋନାସିକା ବିପକ୍ଷ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଛି। ମ୍ୟାଚ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳର ଆକର୍ଷଣୀୟ ପ୍ରଦର୍ଶନ ବଳରେ ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ରହିଥିଲା। ତେବେ ସୁଟ୍ଆଉଟ୍ରେ ଗୋନାସିକା ୩-୧ ଗୋଲ୍ରେ ତୁଫାନ୍ସକୁ ପରାସ୍ତକରି ପଏଣ୍ଟ୍ ଟେବୁଲକୁ ଓଲଟପାଲଟ କରିଦେଇଛି। ଆଜିର ଆକର୍ଷଣୀୟ ବିଜୟ ସତ୍ତ୍ବେ ଗୋନାସିକା ସେମି ଦୌଡ଼ରୁ ବହୁଦୂରରେ ରହିଯାଇଛି।
ମ୍ୟାଚ୍ର ପ୍ରଥମ ମିନିଟ୍ରେ ତୁଫାନ୍ସର ଜ୍ୟାକବ ଆଣ୍ଡରସନ ଗୋଲ୍ ଦେଇଥିଲେ। ଷଷ୍ଠ ମିନିଟ୍ରେ ଦଳର ଟିମ୍ ବ୍ରାଣ୍ଡ୍ ଆଉ ଏକ ଗୋଲ୍ଦେଇ ସ୍କୋର୍କୁ ୨-୦ ଗୋଲ୍କୁ ନେଇଥିଲେ।
ତେବେ ପ୍ରଥମ କ୍ବାର୍ଟରରେ ହିଁ ଟିମ୍ ଗୋନାସିକା ଗୋଲ୍ ସୁଝିଦେଇଥିଲା। ୧୨ତମ ମିନିଟ୍ରେ ଗୋନାସିକାର ଭିକ୍ଟର ଚାର୍ଲେଟ୍ ଗୋଲ୍ ସ୍କୋର୍ କରିଥିଲେ। ୨୪ତମ ମିନିଟ୍ରେ ଗୋନାସିକାର ଅରାଇଜିତ ସିଂହ ହୁଣ୍ଡାଲ ଗୋଲ୍ ଦେଇ ସ୍କୋର୍କୁ ୨-୨ ଗୋଲରେ ବରାବର କରିଥିଲେ।
/sambad/media/media_files/2025/01/28/c5f29a52-c882-4ab8-9cf8-716091633f9c.jpg)
ଅପରପକ୍ଷରେ ଏହାକୁ ଦୀର୍ଘ ସମୟଧରି ରହିବାକୁ ଦେଇନଥିଲେ ତୁଫାନ୍ସର ଓଡ଼ିଆ ତାରକା ଅମନଦୀପ ଲାକ୍ରା। ୨୫ତମ ମିନିଟ୍ରେ ହିଁ ଏକ ଚମତ୍କାର ଗୋଲ୍ଦେଇ ବ୍ୟବଧାନକୁ ୩-୨ ଗୋଲ୍କୁ ନେଇଥିଲେ, ଯାହାକି ତୃତୀୟ କ୍ବାର୍ଟର ଶେଷଯାଏ ବଳବତ୍ତର ରହିଥିଲା। ତେବେ ମ୍ୟାଚ୍ ସରିବାକୁ ଆଉ ୫ ମିନିଟ୍ ଥିବାବେଳେ ଭିକ୍ଟର ଗୋଲ୍ଦେଇ ସ୍କୋର୍କୁ ୩-୩ ଗୋଲରେ ବରାବର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/28/53711137-7f93-4627-b214-98fae3720e6d.jpg)