ରାଉରକେଲା: ଶନିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ଏକତରଫାଭାବେ ୪-୧ ଗୋଲ୍ରେ ପରାସ୍ତକରି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ବିଜୟଧାରା ଅବ୍ୟାହତ ରଖିଛି। ଦଳ ପକ୍ଷରୁ ଯୁଗରାଜ ସିଂହ ଦୁଇଟି (୧୭ ଓ ୩୮ ମିନିଟ୍) ଗୋଲ୍ ଦେଇଥିବାବେଳେ ସୁଖଜିତ ସିଂହ(୧ ମିନିଟ୍) ଓ ଅଭିଷେକ(୪୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେଥିରୁ ଦିଲ୍ଲୀ ଏସ୍ଜି ପାଇପର୍ସ ନିଜ ତାରକା ଖେଳାଳି ଗେରାଥ୍ ଫୋରଲଙ୍ଗ୍(୫୩ ମିନିଟ୍)ଙ୍କ ମାଧ୍ୟମରେ ମାତ୍ର ଗୋଟିଏ ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲା। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ଟିମ୍ ଗୋନାସିକା ୩-୧ ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଦଳ ପକ୍ଷରୁ ସୁନୀଳ ଭିତଳାଚାର୍ଯ୍ୟ ସମର୍ପିତ(୨ ମିନିଟ୍), ଭିକ୍ଟର ଚାର୍ଲେଟ୍(୩୩ ମିନିଟ୍) ଓ ନୀଲମ ସଞ୍ଜୀପ ଖେସ୍(୬୦ ମିନିଟ୍) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ତୁଫାନ୍ସ ପକ୍ଷରୁ ଏକମାତ୍ର ଗୋଲ୍ ଟିମ୍ ବ୍ରାଣ୍ଡ୍(୧୨) ଦେଇଥିଲେ।
ଗୋନାସିକାର ପ୍ରଥମ, ଟାଇଗର୍ସର ଦ୍ବିତୀୟ ବିଜୟ
ଶନିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ଏକତରଫାଭାବେ ୪-୧ ଗୋଲ୍ରେ ପରାସ୍ତକରି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ବିଜୟଧାରା ଅବ୍ୟାହତ ରଖିଛି।
/sambad/media/media_files/2025/01/05/vAHnFELRtRzTI9f4jHAQ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)