ମସ୍କୋ: ବିଶ୍ୱକପ୍ ରୁଷିଆ ପ୍ରତି ଥିବା ଗତାନୁଗତିକ ଭାବନାକୁ ବଦଳାଇ ଦେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଏହା କହିଛନ୍ତି। ରୁଷିଆ ବିଶ୍ୱକପର ଆୟୋଜକ ବଛା ହେବା ବେଳେ ଅନେକ ୟୁରୋପୀୟ ଦେଶ ଏହାକୁ ବିରୋଧ କରିଥିଲେ। ରୁଷିଆରେ ଦର୍ଶକ ଏବଂ ପ୍ରଶଂସକ ବଣ୍ଣବୈଷମ୍ୟର ଶିକାର ହେବେ ବୋଲି ଅନେକ ଆଶଙ୍କା ଜାହିର କରିଥିଲେ। ସେହିଭଳି ବିଶ୍ୱକପ୍ ବେଳେ ବ୍ୟାପକ ହିଂସା ଏବଂ ଗଣ୍ଡଗୋଳ ସୃଷ୍ଟି ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏଭଳି କୌଣସି ଘଟଣା ଘଟିନି। ବରଂ ରୁଷିଆକୁ ଯାଇଥିବା ଦର୍ଶକ ସେଠାକାର ଆତିଥେୟତାକୁ ପ୍ରଶଂସା କରିଛନ୍ତି। ପୁଟିନ ଏହି ପରିପ୍ରେକ୍ଷୀରେ ବିଶ୍ୱକପ୍ ପରେ ରୁଷିଆ ପ୍ରତି ଥିବା ବିଶ୍ୱବାସୀଙ୍କ ଭାବନା ବଦଳି ଯାଇଛି ବୋଲି କହିଛନ୍ତି। ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଏବଂ ଅନ୍ୟ ଫୁଟବଲ ତାରକାଙ୍କୁ ନିଜ ସରକାରୀ ବାସ ଭବନରେ ଭେଟିଲା ବେଳେ ଏଥିଲାଗି ପୁଟିନ ମଧ୍ୟ ଫିଫାକୁ ଧନ୍ୟବାଦ ଦେଇଛନ୍ତି।
ରୁଷିଆ ଭାବମୂର୍ତି ବଦଳିଛି
/sambad/media/post_attachments/wp-content/uploads/2018/07/2-Putin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)