ଯାଜପୁରଟାଉନ: ଯାଜପୁର ଜିଲ୍ଲା ରଘୁନାଥପୁର ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଅଦ୍ୱୈତ ସ୍ମାରକୀ ଏକାଦଶ ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି କ୍ରିକେଟ୍ର ସେମିଫାଇନାଲ୍ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ସ୍ଥାନ ପକ୍କା କରିଛି। ବୁଧବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍ରେ ରାମେଶ୍ୱର ୬୩ ରନ୍ରେ କ୍ରାଉନ୍ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ରାମେଶ୍ୱର ୨୯.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ କରିଥିଲା ୧୭୬ ରନ୍। ନରେନ୍ଦ୍ର ଦାସ (୨୮ ବଲ୍ରୁ ୫୩) ଦ୍ରୁତ ଅର୍ଧଶତକ ଜମାଇଥିଲା ବେଳେ ବିଶ୍ୱଜିତ୍ ଭୂୟାଁ ୩୭ ଓ ପ୍ରଶାନ୍ତ ଭୋଇ ୧୮ ରନ୍ କରିଥିଲେ। କ୍ରାଉନ୍ ପକ୍ଷରୁ ସଫଳ ବୋଲର ଭାବେ ସୁଜିତ୍ କୁଲୁ ୪, ବ୍ରତୀସୁନ୍ଦର ୩ ଓ ଭାଗୀରଥି ବେହେରା ୨ ଓ୍ଵିକେଟ୍ ପାଇଥିଲେ। ଜବାବରେ କ୍ରାଉନ୍ ୨୬.୩ ଓଭରରେ ୧୧୩ ରନ୍ କରିପାରିଥିଲା। କିଶନ୍ ରଥ ୩୧ ଓ ଭାଗୀରଥି ବେହେରା ୧୮ ରନ୍ କରିଥିଲା ବେଳେ ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା, ମୁଲସାନ କର, ଲୁଲୁ ମହାନ୍ତି ଓ ଦୀପକ୍ ମଙ୍ଗରାଜ ପ୍ରତ୍ୟେକ ୨ ଓ୍ଵିକେଟ୍ ଲେଖାଏଁ ଦଖଲ କରିଥିଲେ। ବିଜୟୀ ଦଳର ନରେନ୍ଦ୍ର ଦାଶ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପରାସର ବିଶ୍ୱାଳ ଓ ଶରତ ଜେନା ମ୍ୟାଚ୍ ପରିଚାଳନା କରିଥିଲେ।
ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି: ରାମେଶ୍ୱର ସେମିରେ
/sambad/media/post_attachments/wp-content/uploads/2018/01/cricket-1-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)