ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସବୁବେଳେ ଲଢ଼ୁଆ କ୍ରିକେଟ୍ ଖେଳିବା ପାଇଁ ଜଣାଶୁଣା। ଏପରିକି ପଡ଼ିଆରେ ସ୍ଲେଜିଂ ଓ ମାନସକ ଖେଳ ଖେଳି ବିରୋଧୀଙ୍କୁ ବି ଅସୁବିଧାରେ ପକାଇପାରନ୍ତି କଙ୍ଗାରୁ ଖେଳାଳି। ତେବେ ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଅଷ୍ଟ୍ରେଲିଅ ଖେଳାଳିମାନେ ଏଭଳି ଆଚରଣକୁ ଚରମ ସୀମାକୁ ନେଇଯାଇଥିବା ପୂର୍ବତନ ଅମ୍ପାୟାର ଇଆନ୍ ଗୁଲ୍ଡ କହିଛନ୍ତି। ଇଂଲଣ୍ଡ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ଓ ଆଇସିସି ଏଲିଟ୍ ପ୍ୟାନେଲ ଅମ୍ପାୟାର ଭାବେ ଅନେକ ମ୍ୟାଚ୍ ପରିଚାଳନା କରିଥିବା ଗୁଲ୍ଡଙ୍କ ମତରେ ୨୦୧୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡେଲେଡ୍ ଟେଷ୍ଟ୍ରେ ପଡ଼ିଆ ଭିତରେ ଖେଳାଳିଙ୍କ ଅଶୋଭନୀୟ ଆଚରଣକୁ ନେଇ ସେ ମଧ୍ୟ ଚକିତ ହୋଇଯାଇଥିଲେ।
୨୦୧୪ରେ ଫିଲିପ ହ୍ୟୁଗ୍ସଙ୍କ ପରଲୋକ ପରେ ଏଭଳି ଘଟଣା ପ୍ରଥମେ ଦେଖାଯାଇଥିଲା। ପ୍ରଥମ ଦୁଇଦିନ ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ୍ ଖେଳ ରହିଥିଲା। କିନ୍ତୁ ପରବର୍ତ୍ତୀ ତିନିଦିନ ଉଭୟ ଦଳଙ୍କ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ବଲ୍ ବିକୃତ ମାମଲା ଅଷ୍ଟ୍ରେଲିଆ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ୨୦୧୮ର ଏହି କେପ୍ଟାଉନ ଟେଷ୍ଟ୍ କେଳେଙ୍କାରୀରେ ଗୁଲ୍ଡ ଟିଭି ଅମ୍ପାୟାର ଦାୟିତ୍ବରେ ରହିଥିଲାବେଳେ କାମେରନ ବନକ୍ରଫ୍ଟ ପକେଟ୍ରେ ବାଲିକାଗଜ ପୁରାଇବା ଘଟଣା ଟିଭିରେ ଦେଖାଯିବା ପରେ ସେ ଯେଉଁଭଳି ଭାବେ କ୍ଷମାପ୍ରାର୍ଥନା କରିଥିଲେ ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ ନିଜ ସ୍ଥାନରେ ବସି କାମ କରୁଥିଲାବେଳେ ଟିଭି ନିର୍ଦ୍ଦେଶକ ତାଙ୍କୁ ଉକ୍ତ ଫୁଟେଜ ବିଷୟରେ ଅବଗତ କରାଇଥିଲେ। ପରେ ପଡ଼ିଆ ଅମ୍ପାୟାରଙ୍କୁ ଏବିଷୟରେ ଜଣାଯିବା ସହ କାମେରନ୍ଙ୍କ ପକେଟ୍ ଯାଞ୍ଚ କରାଯାଇଥିଲା। କିନ୍ତୁ ସେଥିରୁ କେବଳ ସନ୍ଗ୍ଲାସ୍ ବାହାରିଥିଲା। କିଛି ସମୟ ପରେ ଟିଭି ନିର୍ଦ୍ଦେଶକ ପୁଣିଥରେ ଆଉ କିଛି ଫୁଟେଜ ବିଷୟରେ ଅବଗତ କରାଇଥିଲେ। ସେଥିରେ ବନକ୍ରଫ୍ଟ ବାଲିକାଗଜକୁ ତାଙ୍କ ପ୍ୟାଣ୍ଟ ଭିତରେ ପୁରାଉଥିବା ଦେଖାଯାଇଥିଲା। ଦିନର ଖେଳ ଶେଷ ହେବା ପରେ ବନକ୍ରଫ୍ଟ ସିଧାସଳଖ ଗୁଲ୍ଡଙ୍କ ପ୍ରକୋଷ୍ଠକୁ ଆସି କ୍ଷମାପ୍ରାର୍ଥନା କରିଥିଲେ। ପରେ ତାଙ୍କୁ ୯ମାସ ବାସନ୍ଦ କରାଯାଇଥିଲାବେଳେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ୍ ୱାର୍ନରଙ୍କୁ ବର୍ଷେ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଲମ୍ବନ କରିଥିଲା। ତେବେ ନିୟମ ଅନୁସାରେ ଆଇସିସି ସେମାନଙ୍କୁ କେବଳ ଗୋଟିଏ ମ୍ୟାଚରୁ ବାଦ୍ ଦେଇଥିଲା। ତଥାପି କ୍ରିକେଟ୍ ଅଷ୍ଟ୍ରେଲିଆର ଏଭଳି କଠୋର ମନୋଭାବକୁ ନେଇ ଗୁଡ୍ ଚକିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/gould.jpg)