ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଚାଲିଥିିିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦ମ ଦିନରେ ତିନୋଟି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଠିଯୋଦ୍ଧା ମେରି କମ୍, ଗୌରବ ସେଲାଙ୍କିଙ୍କ ସହିତ ସଞ୍ଜୀବ ରାଜପୁତ ଭାରତକୁ ଆଜି ଏହି ୩ଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି।
ଆଜି ଭାରତୀୟ ସୁଟର ସଞ୍ଜୀବ ରାଜପୁତ ୫୦ ମିଟର ରାଇଫଲରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସଞ୍ଜୀବ ଏହି ବର୍ଗରେ ୪୫୪-୫ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ କାନାଡାର ଗର୍ଜିଗୋଜ ୪୪୮.୪ ପଏଣ୍ଟ ସହିତ ରୌପ୍ୟ ଓ ଇଂଲଣ୍ଡର ଡିନ୍ ବେଲେ ୪୪୧-୨ ସହିତ ବ୍ରୋଞ୍ଜ ପଦକ ଜିଣିଛନ୍ତି।
ସେହିପରି ୫୨ କିଲୋଗ୍ରାମ ବର୍ଗ ବକ୍ସିଂରେ ଭାରତର ଗୌରବ ସୋଲାଙ୍ଗି ଭାରତ ପାଇଁ ଗୌରବ ଆଣି ସୁବର୍ଣ୍ଣ ପଦକ ଜିଣିଛନ୍ତି। ଶ୍ରୀ ସୋଲିଙ୍କି ଉତ୍ତର ଆୟାରଲ୍ୟାଣ୍ଡ ବ୍ରେଡନ ଇବ୍ରେନଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏଥିସହିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ୩ଟି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପଦକ ତାଲିିକାରେ ୨୦ଟି ସ୍ୱର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ୱର୍ଣ୍ଣ ପଦକ ଜିଣିଲେ ଗୌରବ, ସଞ୍ଜୀବ
/sambad/media/post_attachments/wp-content/uploads/2018/04/Gold-Medal_Gaurav-Sanjeev_Thumbnail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)