କୁଇନ୍ସଲାଣ୍ଡ: ଜାମାଇକାର ମହାନ ଧାବକ ତଥା ବିଶ୍ବର ଦ୍ରୁତତମ ମାନବ ଉସେନ ବୋଲ୍ଟଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି ଜଣେ ୧୬ ବର୍ଷୀୟ ବାଳକ। ଖାଲି ଚ୍ୟାଲେଞ୍ଜ୍ କରି ନାହାନ୍ତି, ବରଂ ଅଳ୍ପକେ ବୋଲ୍ଟଙ୍କ ବିଶ୍ବ ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି। ଗୋଉଟ୍ ଗୋଉଟ୍ ନାମକ ଜଣେ ଅଷ୍ଟ୍ରେଲୀୟ କିଶୋର ଏହା କରି ସ୍ପ୍ରିଣ୍ଟ୍ ଦୁନିଆର ନୂଆ ନବାବ ଭାବେ ଉଭା ହୋଇଛନ୍ତି। ଅଷ୍ଟ୍ରେଲିଆରେ ଆୟୋଜିତ କୁଇନ୍ସଲାଣ୍ଡ ଦୌଡ଼କୁଦ ପ୍ରତିଯୋଗିତାରେ କମାଲ କରି ୧୦୦ ମିଟର ରେସ୍କୁ ମାତ୍ର ୧୦.୨ ସେକେଣ୍ଡ୍ରେ ଶେଷ କରିଛନ୍ତି ଗୋଉଟ୍ ଗୋଉଟ୍। ଫଳରେ ମାତ୍ର ୦.୦୪ ସେକେଣ୍ଡ ପାଇଁ ବୋଲ୍ଟଙ୍କ ବିରଳ ବିଶ୍ବ କୀର୍ତ୍ତିମାନ ଭାଙ୍ଗିପାରି ନାହାନ୍ତି। ଜର୍ମାନୀର ବର୍ଲିନରେ ଆୟୋଜିତ ୨୦୧୯ ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ରେ ପୁରୁଷ ୧୦୦ ମିଟର ଦୌଡ଼କୁ ମାତ୍ର ୯.୫୮ ସେକେଣ୍ଡରେ ଶେଷ କରିଥିଲେ ବୋଲ୍ଟ। ଯାହା ଆଜି ପର୍ଯ୍ୟନ୍ତ ଅତୁଟ ହୋଇରହିଛି। ଏହା ବେଶି ଦିନ ଅକ୍ଷୁଣ୍ଣ ରହିବ କି ନାହିଁ, ସେ ଆଶାଙ୍କା ଏବେ ସୃଷ୍ଟି ହୋଇଛି। ସୁଦାନରୁ ଯାଇ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଏକ କୃଷ୍ଣକାୟ ଦମ୍ପତିଙ୍କ ପୁଅ ହେଉଛନ୍ତି ଗୋଉଟ୍ ଗୋଉଟ୍। ୨୦୦୭ ମସିହା ଡିସେମ୍ବର ୨୯ ତାରିଖରେ ତାଙ୍କର ଜନ୍ମ। ଏହି ପ୍ରତିଯୋଗିତାରେ ୨୦୦ ମିଟର ଦୌଡ଼କୁ ଗୋଉଟ୍ ଗୋଉଟ୍ ୨୦.୬୯ ସେକେଣ୍ଡ୍ରେ ଶେଷ କରିଥିଲେ। କନିଷ୍ଠ ସ୍ତରରେ ଯାହା ମଧ୍ୟ ଏକ ଅଷ୍ଟ୍ରେଲୀୟ ରେକର୍ଡ।
ବୋଲ୍ଟଙ୍କ ପାଇଁ ଗୋଉଟ୍ ଆହ୍ବାନ
ଜାମାଇକାର ମହାନ ଧାବକ ତଥା ବିଶ୍ବର ଦ୍ରୁତତମ ମାନବ ଉସେନ ବୋଲ୍ଟଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି ଜଣେ ୧୬ ବର୍ଷୀୟ ବାଳକ। ଖାଲି ଚ୍ୟାଲେଞ୍ଜ୍ କରି ନାହାନ୍ତି, ବରଂ ଅଳ୍ପକେ ବୋଲ୍ଟଙ୍କ ବିଶ୍ବ ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି।