କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟରୁ ଖେଳାଳିଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଅର୍ଥାତ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବନ୍ଧ ଅଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତୁଷାରକାନ୍ତି ବେହେରା ଶୁକ୍ରବାର ଏହା କହିଛନ୍ତି। କ୍ରୀଡ଼ାର ବିକାଶ ପାଇଁ ଆମକୁ ଏକାଠି ହୋଇ କାମ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି କହିଛନ୍ତି।

ନିକଟରେ ଓଡ଼ିଶାକୁ ଦେଶର ‘କ୍ରୀଡ଼ାର ରାଜଧାନୀ’ ଟ୍ୟାଗ୍‌ ମିଳିଛି। ତେଣୁ ଆମକୁ କ୍ରୀଡ଼ାକୁ ଆହୁରି ବିକାଶ ଦିଗରେ ନେବାକୁ ହେବ। ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରିବ।

କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତୁଷାରକାନ୍ତି ନିଜର ବିଭାଗର ପରିଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ବିଶାଲ ଦେବ ଏବଂ ତାଙ୍କର ପ୍ରଶାସନିକ ଟିମ୍‌ ସ୍ୱାଗତ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର