ଖେଳୁଆଡ଼ ମନୋଭାବ ନେଇ ଖେଳ: ରାଜ୍ୟପାଳ

କଟକ: କଟକର ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ବୁଧବାରଠୁ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆରମ୍ଭ ହୋଇଛି। ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ଅବସରରେ ସେ ଖେଳାଳିମାନଙ୍କୁ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ଜିତିବା ହାରିବା ବଡ଼ କଥା ନୁହେଁ, ସବୁକିଛି ପ୍ରଭୂ ଜଗନ୍ନାଥଙ୍କ ଇଙ୍ଗିତରେ ହେଉଛି। ତେଣୁ ଫଳାଫଳକୁ ଶ୍ରୀଜଗନ୍ନାଥଙ୍କ ଉପରେ ଛାଡ଼ିଦେବାକୁ ସେ ତାଙ୍କ ଉତ୍ସାହୀ ଭାଷଣରେ କହିଥିଲେ। କଟକରେ ଖୁବ୍‌ କମ୍‌ ଦିନରେ ଏତେବଡ ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଅଣ୍ଟା ଭିଡିଥିବାରୁ ରାଜ୍ୟ ଟେବୁଲ ଟେନିସ ସ˚ଘ, ଭାରତୀୟ ମହାସ˚ଘ ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଶ˚ସା କରିଥିଲେ। ସେହିପରି ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏଠାକାର ପ୍ରଦର୍ଶନ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ତେଣୁ ପ୍ରତ୍ୟେକ ଖେଳାଳି ସତର୍କତାର ସହ ଖେଳିବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଥିବା ଓଡ଼ିଶା ଟେବୁଲ ଟେନିସ ସ˚ଘର ସଭାପତି ଏଲ୍‌ଏନ୍‌ ଗୁପ୍ତା ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଡାକ ବିଭାଗ ପକ୍ଷରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଉପଲକ୍ଷେ ଏକ ସ୍ବତନ୍ତ୍ର ଡାକ ଟିକଟକୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଏଥିପୂର୍ବରୁ ଅ˚ଶଗ୍ରହଣକାରୀ ୧୨ ଦଳଙ୍କୁ ନେଇ ମାର୍ଚ୍ଚପାଷ୍ଟ କରାଯାଇଥିଲା। ପ୍ରଥମେ ଅଷ୍ଟ୍ରେଲିଆଠୁ ମାର୍ଚ୍ଚପାଷ୍ଟ ଆରମ୍ଭ ହେବା ପରେ ପର୍ଯ୍ୟାୟକ୍ରମେ ସମସ୍ତ ଦଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଶେଷରେ ଆୟୋଜକ ଭାରତୀୟ ଦଳ ଷ୍ଟାଡିୟମକୁ ପ୍ରବେଶ କରିଥିଲା। ରାଜ୍ୟ ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିବା ପରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, କ୍ରୀଡା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ରାଜ୍ୟଗୋଷ୍ଠୀ କ୍ରୀଡା ମହାସ˚ଘ ଅଧ୍ୟକ୍ଷ ଆଲେ ରାନସନ୍‌, ସମ୍ପାଦକ ଚାଙ୍ଗ ଫୁଙ୍ଗ କେଓଙ୍ଗ, ରାଜ୍ୟ ସ˚ଘ ଉପସଭପତି ସ˚ଜୟ ସି˚ହ ଏବ˚ ରାଜ୍ୟ ଓ ଭାରତୀୟ ମହାସ˚ଘର ଏକାଧିକ କର୍ମକର୍ତ୍ତାମାନେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜ୍ୟପାଳ ଓ ଭାରତୀୟ ଟେବୁଲ ଟେନିସ ସ˚ଘର ବରିଷ୍ଠ ଉପ ସଭାପତି ସ˚ଜୟ ସି˚ହଙ୍କ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳାଯାଇଥିଲା। ସେଥିରେ ରାଜ୍ୟପାଳ ଏକ ଜବରଦସ୍ତ ଟସ୍‌ରେ ବିଜୟୀ ହୋଇଥିଲେ।
ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପାଖାପାଖି ୩ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। କଟକ ଓ ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ˚ଘ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା। ଭାରତ ସମେତ ଅଷ୍ଟ୍ରେଲିଆ, ବା˚ଲାଦେଶ, ସାଇପ୍ରସ, ଇ˚ଲଣ୍ତ, ମାଲେସିଆ, ନାଇଜେରିଆ, ଦକ୍ଷିଣ ଆଫ୍ରିକା, ସ୍କଟଲାଣ୍ତ, ସିଙ୍ଗାପୁର, ଶ୍ରୀଲଙ୍କା ଓ େଵଲ୍ସରୁ ପାଖାପାଖି ୧୦୦ ପ୍ରତିଯୋଗୀ ଦଳଗତ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଛନ୍ତି। ପ୍ରଥମ ଦୁଇଦିନ ଦୁଇଟି ପର୍ଯ୍ୟାୟରେ ମ୍ୟାଚ ହେବା ପରେ ୧୯ ତାରିଖରେ ସେମି ଫାଇନାଲ୍‌, ଫାଇନାଲ୍‌ ଓ ବିଭିନ୍ନ ସ୍ଥାନ ପାଇଁ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦ ତାରିଖଠୁ ବ୍ୟକ୍ତିଗତ ଇଭେଣ୍ଟଗୁଡିକ ଚାଲିବ। ପ୍ରତିଯୋଗିତାରେ ଏଥର କୌଣସି ବଡ ଖେଳାଳି ଆସିନଥିବାରୁ ଭାରତ ଅଧିକା˚ଶ ସ୍ବର୍ଣ୍ଣ ଜିତିବା ସମ୍ଭାବନା ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର