ଗ୍ରାହକଙ୍କୁ ଶୁଣିଲେ ସରକାରୀ ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ଅସୁବିଧା ଜାଣିବା ଓ ସେମାନଙ୍କ ସହ ସିଧାସଳଖ କଥାବାର୍ତା ହେବା ଲାଗି ତିନି ସରକାରୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ), ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଓବିସି)ଓ କର୍ପୋରେସନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସମ୍ମିଳନୀ ଆୟୋଜନ କରାଯାଇଛି। ହୋଟେଲ୍‌ ପ୍ରେସିଡେନ୍ସିରେ ବିଓଆଇ ଓ କର୍ପୋରେସନ ବ୍ୟାଙ୍କ ଏବଂ ହୋଟେଲ୍ ଏମ୍ପାୟାର୍ସରେ ଓବିସି ପକ୍ଷରୁ ଗ୍ରାହକ ସମ୍ମିଳନୀ ଆୟୋଜନ କରାଯାଇଥିଲା

ବିଓଆଇ ଆୟୋଜନ କରିଥିବା ଗ୍ରାହକ ସମ୍ମିଳନୀରେ ବ୍ୟାଙ୍କର କଟକ ଓ ଭୁବନେଶ୍ୱରରେ ଥିବା ଶାଖାର ୨୦୦ରୁ ଅଧିକ ଗ୍ରାହକ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ୱାଇ ଏନ୍ ତ୍ରିବେଦୀ, ଉପ ଆଞ୍ଚଳିକ ପ୍ରବନ୍ଧକ ପ୍ରଭାତ କୁମାର ସିହ୍ନା, ଏସ୍ଏମ୍ଇ ସିଟି ସେଣ୍ଟର୍‌ର ସହାୟକ ମହାପ୍ରବନ୍ଧକ ବି.ବି. ତ୍ରିପାଠୀ, ଜୟଦେବ ବିହାର ଶାଖାର ସହାୟକ ମହାପ୍ରବନ୍ଧକ ଶିବ ପ୍ରସାଦ ବିଶ୍ୱାଳ ଏବଂ ଭୁବନେଶ୍ୱର ଶାଖାର ସହାୟକ ମହାପ୍ରବନ୍ଧକ ଅରବିନ୍ଦ ମିଶ୍ର ଉପସ୍ଥିତ ଥିଲେ। କର୍ପୋରେସନ ବ୍ୟାଙ୍କ ଆୟୋଜନ କରିଥିବା ଗ୍ରାହକ ସମ୍ମିଳନୀରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ପାଇଁ ‘କ୍ରସ୍‌ ଏମ୍‌ଏସ୍‌ଏମ୍ଇ ସୁବିଧା’ ଆରମ୍ଭ କରାଯାଇଛି। ଏହି ସ୍କିମ୍‌ରେ ଅତି ଆକର୍ଷଣୀୟ ସୁଧ ହାରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବ। ସେହିପରି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ କ୍ରପ୍ ଡିଜାଇଟ୍‌ ସ୍କିମ୍‌ ଘୋଷଣା କରାଯାଇଛି। ଓବିସି ପକ୍ଷରୁ ଆୟୋଜନ କରାଯାଇଥିବା ଗ୍ରାହକ ସମ୍ମିଳନୀରେ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ତୌଫିକ୍ ଆଲାମ୍ ଯୋଗ ଦେଇ ଗ୍ରାହକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ଦିଲ୍ଲୀପ ପଟ୍ଟନାୟକ, ସହାୟକ ମହାପ୍ରବନ୍ଧକ କେ ଏସ୍. ରାମକ୍ରିଷ୍ଣା, ମୁଖ୍ୟପ୍ରବନ୍ଧକ ସୁବାସ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର