କଟକରୁ ଲାଗୁହେଲା କୁସ୍ତିରେ ଗ୍ରେଡେସନ୍‌ ବ୍ୟବସ୍ଥା:ଏ’ ଗ୍ରେଡ୍‌ ପହିଲମାନ ପାଇବେ ବର୍ଷକୁ ୩୦ ଲକ୍ଷ

କଟକ: କ୍ରିକେଟ୍‌ ପରେ ଏବେ କୁସ୍ତିରେ ଗ୍ରେଡେସନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଖେଳାଳିମାନଙ୍କୁ ୫ଟି ଗ୍ରେଡ୍‌ରେ ବିଭକ୍ତ କରାଯିବ। ଏ’ ଗ୍ରେଡ୍‌ ଖେଳାଳିଙ୍କୁ ବର୍ଷକୁ ୩୦ ଲକ୍ଷ, ବି’ ଗ୍ରେଡ୍‌ ଖେଳାଳିଙ୍କୁ ୨୫ ଲକ୍ଷ, ସି’ ଗ୍ରେଡ୍‌ ଖେଳାଳିଙ୍କୁ ୨୦ ଲକ୍ଷ, ଡି’ ଗ୍ରେଡ୍‌ ଖେଳାଳିଙ୍କୁ ୧୦ ଲକ୍ଷ ଓ ଇ’ ଗ୍ରେଡ୍‌ ଖେଳାଳିଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୫୦ ଜଣ ଖେଳାଳିଙ୍କୁ ଏଥିରେ ସାମିଲ କରାଯିବ। ଏହାବ୍ୟତୀତ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାର ସ୍ବର୍ଣ୍ଣ ବିଜେତାଙ୍କୁ ବର୍ଷକୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଆନ୍ତର୍ଜାତିକସ୍ତରରେ ପଦକ ଜିତିବେ ସେହି ଅନୁଯାୟୀ ସେମାନେ ଗ୍ରେଡେସନ୍‌ ତାଲିକାରେ ଭର୍ତ୍ତି ହେବେ। ଏହି ବ୍ୟବସ୍ଥା ସୋମବାରଠୁ କଟକ ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରୁ ଆରମ୍ଭ କରାଯାଉଥିବା ସର୍ବଭାରତୀୟ କୁସ୍ତି ମହାସ˚ଘର ସଭାପତି ତଥା ସା˚ସଦ ବ୍ରିଜ୍‌ ଭୂଷଣ ସରଣ ସି˚ହ ସୂଚନା ଦେଇଛନ୍ତି। ପୂର୍ବରୁ କୁସ୍ତିରେ ଟଙ୍କା ନଥିଲା। ଏବେ ସେମାନଙ୍କୁ କିଛି ପ୍ରୋତ୍ସାହନ ମିଳିଲେ, ଖେଳାଳିମାନଙ୍କୁ ଭଲ ଡାଏଟ୍‌ ମିଳିବା ସହ ଅଭ୍ୟାସରେ ପରିବର୍ତ୍ତନ ଆସିବ। ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ସବୁ ସମ୍ଭବ ସହାୟତା ଯୋଗାଇ ଦେବାକୁ ମହାସ˚ଘ ଆଗେଇ ଆସିବ। ପ୍ରୋ ରେସଲି˚ ପରେ ଗ୍ରେଡେସେନ୍‌ ବ୍ୟବସ୍ଥା ଲାଗୁ ହେବାରୁ ଛୋଟ ପହିଲମାନମାନେ ଏଥିପ୍ରତି ଆଗ୍ରହ ଦେଖାଇବେ। ଫଳରେ ଏହି ଖେଳର ମାନ ବୃଦ୍ଧି ହେବ ବୋଲି ବ୍ରିଜ୍‌ ଭୂଷଣ କହିଛନ୍ତି।

ସମ୍ବନ୍ଧିତ ଖବର