୪୪୮୨ ଦୀପରେ ପ୍ରସ୍ତୁତ ହେଲା ବିରାଟ କୋହଲିଙ୍କ ସର୍ବବୃହତ୍ତ କଳାକୃତି

ମୁମ୍ବାଇ: ଭାରତରେ ଅନେକ ଲୋକ କ୍ରିକେଟ୍‌କୁ ‘ଧର୍ମ’ ଏବଂ କ୍ରିକେଟରଙ୍କୁ ‘ଭଗବାନ’ଙ୍କ ଭଳି ଦେଖିଥାନ୍ତି। କ୍ରିକେଟ୍‌ ଖେଳ ପାଇଁ ବହୁ ସମୟ ବ୍ୟୟ କରିଥାନ୍ତି କେବଳ ତାହା ନୁହେଁ ବରଂ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି। କ୍ରିକେଟରଙ୍କୁ ସାକ୍ଷାତ କରିବା ପାଇଁ ପ୍ରଶଂସକମାନେ କୌଣସି ବାହାନା ଦେଖାଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାର ଘଟଣା ଅତୀତରେ ଅନେକ ଥର ଦେଖିବାକୁ ମିଳିଛି। ନିକଟରେ ମୁମ୍ବାଇରେ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ବୃହତ୍ତ କଳାକୃତି ପ୍ରସ୍ତୁତ ହୋଇଛି।

ମୁମ୍ବାଇର ଜଣେ ଶିଳ୍ପୀ କୋହଲିଙ୍କ ୩୦ତମ ଜନ୍ମଦିନ ତଥା ଦୀପାବଳି ଅବସରରେ ଅମ୍ବାସାହ ନାମରେ ସିବୁଡସ ଗ୍ରାଣ୍ଡ ସେଣ୍ଟ୍ରାଲ ମଲ ନାଭି ମୁମ୍ବାଇରେ କଳା ପ୍ରଦର୍ଶନ କରିଛନ୍ତି। ଏହି କଳାକାର ଦୀପ ଓ ମାଟି ପାତ୍ରରେ ଏକ ବିଶାଳ କଳାକୃତି ପ୍ରସ୍ତୁତ କରିଛି। ଏଥିରେ ସେ ୪୪୮୨ ଦୀପକୁ ବ୍ୟବହାର କରିଛନ୍ତି ଓ ବିରାଟ କୋହଲିଙ୍କ ଫଟୋ ପ୍ରସ୍ତୁତ କରିଛନ୍ତି। ପ୍ରଶଂସକମାନେ ଏହାକୁ ବହୁ ପ୍ରଶଂସା କରିଛନ୍ତି। ଏଥିରେ ୧୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ଚିତ୍ରଟି ୯.୫ ଓସାର ଓ ୧୪ ଫୁଲ ଲମ୍ବ ହୋଇଛି।

ସମ୍ବନ୍ଧିତ ଖବର