କଟକ: କେରଳର ତ୍ରିଭେନ୍ଦ୍ରମ୍ ଠାରେ ଅନୁଷ୍ଠିତ ଭାରତୀୟ ଗ୍ରାଁ ପ୍ରି-୧ ଦୌଡକୁଦ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ କ୍ରୀଡ଼ାବିତ୍ଙ୍କୁ ପଦକ ମିଳିଛି। ଜାଭେଲିନ୍ ଥ୍ରୋ’ରେ କିଶୋର କୁମାର ଜେନା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୦୦ ମିଟର ଦୌଡରେ ଅମିୟ କୁମାର ମଲ୍ଲିକ ରୌପ୍ୟ ପଦକ ପାଇଛନ୍ତି। କିଶୋର ୮୧.୫ ମିଟର ଜାଭେଲିନ୍ ଥ୍ରୋ କରି ସ୍ବର୍ଣ୍ଣ ପାଇଥିଲା ବେଳେ ମାନୁ ଡିପି (କର୍ଣ୍ଣାଟକ) ରୌପ୍ୟ ଓ ଅର୍ଶୀଦୀପ ସିଂହ (ପଞ୍ଜାବ) କାଂସ୍ୟ ପଦକ ଜିତିଛନ୍ତି। ସେହିଭଳି ୧୦୦ ମିଟର ଦୌଡରେ ଅମିୟ ମଲ୍ଲିକ ୧୦.୬୯ ସେକେଣ୍ଡ୍ରେ ଦୂରତା ଅତିକ୍ରମ କରି ରୌପ୍ୟ ପଦକ ପାଇଥିଲେ। ଏହି ଇଭେଣ୍ଟରେ ମାାଳଦୀପର ହସନ (୧୦.୬୭) ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିଲ୍ଲୀର ଅମିତ ତିୱାରୀ (୧୦.୯୦) କାଂସ୍ୟ ପଦକ ପାଇଥିଲେ।
ଗ୍ରାଁ ପ୍ରି-୧ ଦୌଡକୁଦ: କିଶୋରଙ୍କୁ ସ୍ବର୍ଣ୍ଣ, ଅମିୟଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2023/03/g54dj64g5d65gdjgdjdgjgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)