ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା: ଦ୍ବିତୀୟ ରାଉଣ୍ଡ୍‌ରେ ଜୋକୋଭିକ

ଲଣ୍ଡନ: ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଚଳିତବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ୱିମ୍ବଲଡନ୍ ଓପନ୍’ର ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ କୋରିଆର ନୋନ୍ ସୁନ୍‌ ଉ’ଙ୍କ ବିପକ୍ଷରେ (୬-୩, ୩-୬, ୬-୩, ୬-୪) ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରି ନିଜ ଅଭିଯାନ ଆରମ୍ଭ କରିଛନ୍ତି ସେ। ସେହିଭଳି ୨୩ତମ ମାନ୍ୟତାପ୍ରାପ୍ତ ଆମେରିକାର ଫ୍ରାନସିସ୍ ଟାଫୋଇ ୬-୪, ୬-୪, ୬-୪ରେ ଇଟାଲିର ଆଣ୍ଡ୍ରିଆ ଭାଭାସେରିଙ୍କୁ, ନବମ ମାନ୍ୟତାପ୍ରାପ୍ତ ‌ଗ୍ରେଟ୍‌ ବ୍ରି‌ଟେନର କ୍ୟାମେରନ୍ ନୁରି ୬-୦, ୭-୬, ୬-୩ରେ ସ୍ପେନର ପାବଲୋ ଆନ୍ଦୁଜାରଙ୍କୁ, ସ୍ପେନର ଜାଉମି ମୁନାର ୬-୨, ୬-୪, ୭-୫ରେ ବ୍ରାଜିଲର ଥିଏଗୋ ମଣ୍ଟେରୋଙ୍କୁ, ୩୦ତମ ମାନ୍ୟତାପ୍ରାପ୍ତ ଆମେରିକାର ଟମି ପଲ୍ ୬-୧, ୬-୨, ୭-୬ରେ ସ୍ପେନର ଫର୍ଣ୍ଣାଣ୍ଡୋ ଭର୍ଡାସ୍କୋଙ୍କୁ ପରାସ୍ତ କରି ବିଦାୟର ପଥ ଦେଖାଇ ଦେଇଛନ୍ତି। ମହିଳା ଏକକରେ ଟ୍ୟୁନିସିଆର ତୃତୀୟ ସିଡ୍ ଖେଳାଳି ଓନ୍ ଜାବୁର ୬-୧, ୬-୩ ସିଧାସଳଖ ସେଟ୍‌ରେ ସ୍ବିଡେନର ମିରାମ ଜୋରକ୍ଲୁଣ୍ଡକୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ସେହିଭଳି ପୋଲାଣ୍ଡର ମାଜା ଚ୍ବାଲିସ୍କା ୬-୦, ୭-୫ରେ ଚେକ୍ ରିପବ୍ଲିକର କ୍ୟାଟେରିନା ସିନିଆକୋଭାଙ୍କୁ ୬-୦, ୭-୫ରେ, ଆମେରିକାର ଆଲିସନ୍ ରିସ୍‌କେ ୬-୨, ୬-୪ରେ ସ୍ବିଜରଲାଣ୍ଡ୍‌ର ଏଲିନା ଆଲବନଙ୍କୁ, ୟୁକ୍ରେନର ଆନେଲିନା କାଲିନିନା ୪-୬, ୬-୨, ୬-୪ରେ ହଙ୍ଗେରିର ଆନା ବନ୍ଦାରଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡ୍ ଟି‌କେଟ ହାସଲ କରିଥି‌ଲେ।

ସମ୍ବନ୍ଧିତ ଖବର