ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ଋତୁ ଆରମ୍ଭ ପୂର୍ବରୁ ପ୍ରସ୍ତୁତି ଲକ୍ଷ୍ୟରେ ଚେନ୍ନାଇ ପହଞ୍ଚିଛନ୍ତି। ଗତ ଜୁଲାଇ ମାସ ବିଶ୍ବକପ୍ ଅଭିଯାନ ପରଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ଠାରୁ ଦୂରେଇ ରହିଥିବା ଧୋନିଙ୍କୁ ଚେନ୍ନାଇ ପ୍ରଶଂସକମାନେ ଭବ୍ୟ ସ୍ବାଗତ ଜଣାଇଛନ୍ତି। ମଙ୍ଗଳବାରଠାରୁ ଧୋନି ନିଜସ୍ବ ତାଲିମ ଆରମ୍ଭ କରିବେ। କିନ୍ତୁ ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରସ୍ତୁତି ଶିବିର ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ବୋଲି ଫ୍ରାଞ୍ଚାଇଜ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥନ୍ ପ୍ରକାଶ କରିଛନ୍ତି। ୩୮ ବର୍ଷୀୟ ଧୋନି ସିଏସ୍କେର ନେତୃତ୍ବ ବଜାୟ ରଖିବା ସମ୍ଭାବନା ରହିଛି। ଶେଷ ଥର ପାଇଁ ୨୦୧୯ ଜୁଲାଇରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ୍ରେ ଖେଳିବା ପରେ ଅକ୍ଟୋବରରେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାରୁ ଆଇପିଏଲ୍ର ତ୍ରୟୋଦଶ ଋତୁ ଆରମ୍ଭ ହେବ।
ଧୋନିଙ୍କୁ ଚେନ୍ନାଇରେ ଭବ୍ୟ ସ୍ବାଗତ
/sambad/media/post_attachments/wp-content/uploads/2020/03/MS-Dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)