ଆବୁଧାବି: ଚଳିତ ଆଇପିଏଲ୍ରେ ଶନିବାର ଆବୁଧାବିରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଆର୍ସିବି ୮ ୱିକେଟ୍ରେ ଜିତିଥିଲା। ବିଜୟ ପରେ ଆର୍ସିବି ଅଧିନାୟକ ବିରାଟ କୋହଲି ରାଜସ୍ଥାନର ଅଲରାଉଣ୍ଡର ରାହୁଲ ତିୱାତିଆଙ୍କୁ ଏକ ବିଶେଷ ଉପହାର ପ୍ରଦାନ କରିଥିଲେ। କୋହଲି ନିଜ ଦସ୍ତଖତ ଥିବା ଏକ ଜର୍ସି ତାଙ୍କୁ ଦେଇଥିଲେ। ଏହି ଜର୍ସିରେ “ପ୍ରିୟ ରାହୁଲ, ଶୁଭେଚ୍ଛା” ବୋଲି କୋହଲି ଲେଖିଥିଲେ। କୋହଲି-ରାହୁଲଙ୍କ ଫଟୋକୁ ଆଇସିସି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ଏହାର ଶିରୋନାମାରେ ଆଇସିସି ଲେଖିଛି, ''ବିରାଟ ଦେଇଥିବା ଏହି ସ୍ବତନ୍ତ୍ର ଅଟୋଗ୍ରାଫ ଜର୍ସି ରାହୁଲ ତିୱାତିଆଙ୍କ ଖେଳ ଜୀବନକୁ ସ୍ବୀକୃତି ଦେବ।'' ସୂଚନାଯୋଗ୍ୟ ଯେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ତିୱାତିଆ ଚମତ୍କାର ବ୍ୟାଟିଂ କରିଥିଲେ। ସେଲ୍ଡନ କଟ୍ରେଲ୍ଙ୍କ ଗୋଟିଏ ଓଭରରେ ସେ ୫ ଛକା ମାରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଏହି ମ୍ୟାଚ୍ରେ ସେ ୩୧ ବଲ୍ରୁ ୫୩ ରନ୍ ସଂଗ୍ରହ କରିଥିଲେ।
ତିୱାତିଆଙ୍କୁ ବିରାଟ ଉପହାର
/sambad/media/post_attachments/wp-content/uploads/2020/10/sdf64hs7fh987sfh98sfhfshsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)