ରବି ନାୟକ କ୍ରିକେଟ୍‌ ସେମିରେ ଗ୍ରୀନ୍‌ କ୍ଲବ୍‌

ଯାଜପୁରଟାଉନ: ରାମବାଗରେ ଚାଲିଥିବା ରବି ନାୟକ ସ୍ମାରକୀ କ୍ରିକେଟ୍‌୍‌ରେ ୟୁନିୟନ୍‌ ସ୍ପୋର୍ଟିଂକୁ ହରାଇ ଗ୍ରୀନ୍‌ କ୍ଲବ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଗ୍ରୀନ କ୍ଲବ୍‌ ପକ୍ଷରୁ ବରୁନ ଜେନା ୪, ରଶ୍ମି ରଂଜନ ସାହୁ ୩ ଓ ନଦୀମ୍‌ ଖାଁ ୨ ୱିକେଟ୍‌ ନେଇଥିଲେ। ରଂଜନ ସାହୁ ୨୫, ଓମ୍‌କାର ମହାନ୍ତି ୧୮ ଓ ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ୨୧ ରନ୍‌ ସଂଗ୍ରହ କରିଥିଲେ। ରଶ୍ମିରଂଜନ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର