ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍ କନିଷ୍ଠ କ୍ରିକେଟ୍ (୧୯ ବର୍ଷରୁ କମ୍) ପ୍ରତିଯୋଗିତାରେ ଗ୍ରିନ୍ କ୍ରିକେଟ୍ ଏକାଡେମି କ୍ୱାର୍ଟର ଫାଇନାଲରେ ପହଞ୍ଚିଯାଇଛି। ରବିବାର ପୁଲ୍ ‘ବି’ର ଦ୍ୱିତୀୟ ପି୍ର-କ୍ୱାର୍ଟର ଫାଇନାଲ୍ରେ ଗ୍ରିନ୍ ଦଳ ୪ ଓ୍ଵିକେଟ୍ରେ ରୋମାଞ୍ଚକ ଭାବେ ଆୟୋଜକ ରାମେଶ୍ୱର ସ୍ପୋର୍ଟିଂ ‘ବି’ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ଦଳ ୩୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୪ ରନ୍ କରିଥିଲା। ସତ୍ୟ ସଂଜୟ ପଶାୟତ (୬୩, ୪୪ ବଲ୍), ଗୌରବ ରାଉତ (୨୮, ୧୦ ବଲ୍), ସାରାଂଶ କୁମାର (୩୦, ୪୮ ବଲ୍) ଭଲ ବ୍ୟାଟିଂ କରିଥିଲେ। ଗ୍ରିନ୍ ପକ୍ଷରୁ ଆଦିତ୍ୟ ଜୟସିଂହ (୩/୩୬), ନିତୀଶ ସିଂହ (୩/୪୯) ମିଳିତ ଭାବେ ୬ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଗ୍ରିନ୍ ଏକାଡେମି କିନ୍ତୁ ୨୮.୪ ଓଭରରେ ୬ ଓ୍ଵିକେଟ୍ରେ ୨୦୦ ରନ୍ କରି ନେଇଥିଲା। ଭବଜ୍ୟୋତି ବିଶୋଇ (୭୨, ୬୯ ବଲ୍) ଏବଂ ଋତ୍ୱିକ ଜେନା (୪୧, ୪୪ ବଲ୍) ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ରାମେଶ୍ୱର ପକ୍ଷରୁ ରାଜକୁମାର ଆଚାର୍ଯ୍ୟ ୨ ଓ୍ଵିକେଟ୍ ନେଇଥିଲେ। ଭବଜ୍ୟୋତି ବିଶୋଇଙ୍କୁ ରଣଜୀ ତାରକା ଅନୁରାଗ ଷଡ଼ଙ୍ଗୀ ଏବଂ ସହକାରୀ ଶ୍ରମ ଆୟୁକ୍ତ ସରୋଜ ମହାନ୍ତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଦେବରାଜ କର ଏବଂ ପ୍ରିୟବ୍ରତ ପ୍ରଧାନ ମ୍ୟାଚ୍ ପରିଚାଳନା କରିଥିଲେ। ନିହାର ରଂଜନ ପଟ୍ଟନାୟକ ସ୍କୋରର୍ ଦାୟିତ୍ୱ ତୁଲାଇ। ସୋମବାର ପାରାମାଉଣ୍ଟ୍ ସ୍ପୋର୍ଟିଂ ସହିତ ଜାଗୃତି କ୍ରିକେଟ୍ କ୍ଲବ୍ର ମୁକାବିଲା ହେବ।
ରାମେଶ୍ୱର କପ୍ କ୍ୱାର୍ଟରରେ ଗ୍ରିନ୍
/sambad/media/post_attachments/wp-content/uploads/2018/05/7-MoM-Rameswar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)