ଧ୍ୟାନଚାନ୍ଦଙ୍କୁ ସଲାମ

ଭୁବନେଶ୍ବର: ରବିବାର ହେଉଛି ‘ଜାତୀୟ କ୍ରୀଡ଼ା‌ ଦିବସ’। ଭାରତୀୟ କ୍ରୀଡ଼ାର ମହାନାୟକ, ହକି ଯାଦୁଗର ଏବଂ କୋଟି କୋଟି ଖେଳାଳିଙ୍କ ପ୍ରେରଣାର ଅସରନ୍ତି ଉତ୍ସ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ପୁରୀ କୁମ୍ଭାରପଡ଼ାର ଯୁବ କଳାକାର ଶାଶ୍ବତ ସାହୁ ଏହି ମହାନ କ୍ରୀଡ଼ା ତାରକାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମହାନ ଧ୍ୟାନଚାନ୍ଦଙ୍କୁ ଦିଆସିଲି କାଠି କଳାକୃତିରେ ସଲାମ ଜଣାଇଛନ୍ତି। ଦିଆସିଲି କାଠିରେ ହକି ଷ୍ଟିକ୍ ତିଆରି କରିବା ସହ ସେଥିରେ ମୁଷ୍ଟିଯୁଦ୍ଧ, ବ୍ୟାଡମିଣ୍ଟନ୍, ଭାରୋତ୍ତୋଳନ, ଗଲ୍ଫ, କ୍ରିକେଟ୍ ଓ ଜାଭେଲିନ ଖେଳର ଉପକରଣକୁ ଅତିସୁନ୍ଦର ଓ ଚମତ୍କାର ଭାବେ ଖଞ୍ଜିଛନ୍ତି। ଏହି କଳାକୃତି ଲାଗି ସେ ୬୯୦ ଦିଆସିଲି କାଠି ବ୍ୟବହାର କରିଛନ୍ତି। କାମ ସାରିବା ଲାଗି ଦୁଇ ଦିନ ଲାଗିଛି। ଏହି କଳାକୃତିର ଉଚ୍ଚତା ୫ ଇଞ୍ଚ ଏବଂ ଓସାର ୧୫ ଇଞ୍ଚ।

ସମ୍ବନ୍ଧିତ ଖବର