ନ୍ୟୁୟର୍କ, ଫର୍ମୁଲା ଓ୍ଵାନ୍ ରେସ୍ ଆରମ୍ଭ ପୂର୍ବରୁ ଚାଳକଙ୍କ ନାଁ ଏବଂ ତାଙ୍କ ଦଳର ପୋଷ୍ଟର ନେଇ ପରେଡ୍ କରୁଥିବା ମହିଳା ମଡେଲ ବା ‘ଗ୍ରିଡ୍ଗାର୍ଲ’ଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ। ଏହି ପୁରୁଣା ପରମ୍ପରାକୁ ଫର୍ମୁଲାଓ୍ଵାନ୍ କର୍ତୁପକ୍ଷ ହଠାତ୍ ବନ୍ଦ କରି ଦେଇଛନ୍ତି। ଏହି ପରମ୍ପରା ଗତ କିଛି ଦଶନ୍ଧି ଧରି ଚାଲୁଥିଲା। ହେଲେ ଏହା ଫର୍ମୁଲାଓ୍ଵାନ୍ର ବ୍ରାଣ୍ଡମୂଲ୍ୟକୁ ଦର୍ଶାଉ ନାହିଁ ବୋଲି କହିଛନ୍ତି ଫର୍ମୁଲା ଓ୍ଵାନ୍ କର୍ତୁପକ୍ଷ କହିଛନ୍ତି। ଫର୍ମୁଲା ଓ୍ଵାନ୍ର ବାଣିଜ୍ୟିକ ପ୍ରବନ୍ଧକ ସିନ୍ ବ୍ରାଚେସ୍ କହିଛନ୍ତି ଯେ ଏହି ଅଭ୍ୟାସ ଠିକ୍ ନୁହେଁ। ଫର୍ମୁଲାଓ୍ଵାନ ପ୍ରଶଂସକ ଏହାକୁ ଆଉ ଗ୍ରହଣ କରୁ ନାହାନ୍ତି। ସୂଚନାଯୋଗ୍ୟ ଯେ ୧୯୭୦ ମସିହାଠାରୁ ଫର୍ମୁଲା ଓ୍ଵାନରେ ଜଣେ ହଲେ ବି ମହିଳା ଚାଳକଙ୍କୁ ଦେଖିବାକୁ ମିଳୁ ନାହିଁ। ୧୦ ଦଳକୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ଦୁଇଟି ଦଳର ମୁଖ୍ୟ କିନ୍ତୁ ହେଉଛନ୍ତି ମହିଳା। ସେହିଭଳି ବହୁ ମହିଳା ଯନ୍ତ୍ରୀ, ବିଶେଷଜ୍ଞ ଓ ଅଧିକାରୀ ଏହି ବିପଜ୍ଜନକ ଖେଳ ସହ ସଂପୃକ୍ତ ଅଛନ୍ତି।
ଫର୍ମୁଲା ଓ୍ଵାନ୍ରେ ଆଉ ଦେଖାଯିବେନି ‘ଗ୍ରିଡ୍ଗାର୍ଲ’
/sambad/media/post_attachments/wp-content/uploads/2018/02/grid-girl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)