ଗ୍ରୁପ୍‌ ପର୍ଯ୍ୟାୟରେ ଭାର୍‌ ପରଖିଛି ୩୩୫

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପ୍ରୟୋଗ ହୋଇଥିବା ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରି) ଉଲ୍ଲେଖନୀୟ ସଫଳତା ପାଇଛି। କେବଳ ଗ୍ରୁପ୍‌ ପର୍ଯ୍ୟାୟ ସୁଦ୍ଧା ଶେଷ ହୋଇଥିବା ୪୮ ମ୍ୟାଚ୍‌ରେ ୩୩୫ ଥର ଭାର୍‌ ବ୍ୟବହୃତ ହୋଇଛି ଏବଂ ୯୯.୩ ପ୍ରତିଶତ ନିଷ୍ପତ୍ତି ସଠିକ୍‌ ସାବ୍ୟସ୍ତ ହୋଇଛି। ଏହି ପର୍ଯ୍ୟାୟ ସୁଦ୍ଧା ହୋଇଥିବା ସମସ୍ତ ୧୨୨ ଗୋଲ୍‌କୁ ମଧ୍ୟ ଭାର୍‌ ପରଖିଛି। ଏହା ଛଡ଼ା ଅନ୍ୟ ପଡ଼ିଆ ଭିତର ଘଟଣାକୁ ମଧ୍ୟ ତୀକ୍ଷଣ ନଜରରେ ଦେଖିଛି। ମ୍ୟାଚ୍‌ ପିଛା ୭ଟି ଘଟଣା ପରଖିବାକୁ ପଡ଼ିଛି ବୋଲି ଫିଫା ରେଫରି ସମିତିର ଅଧ୍ୟକ୍ଷ ପିଏରଲୁଗି କଲିନା ପ୍ରକାଶ କରିଛନ୍ତି। ଉପରୋକ୍ତ ୩୩୫ ପରଖା ଯାଇଥିବା ଭାର୍‌ ମଧ୍ୟରୁ ୧୭ଟି ତଥାକଥିତ ରିଭ୍ୟୁ ଥିଲା ଏବଂ ୧୪ଟି ନିଷ୍ପତ୍ତିକୁ ଭାର୍‌ ହସ୍ତକ୍ଷେପ ଜରିଆରେ ବଦଳାଇବାକୁ ପଡ଼ିଥିଲା ବୋଲି କଲିନା ପ୍ରକାଶ କରିଛନ୍ତି। ପଡ଼ିଆ ପାର୍ଶ୍ୱରେ ରଖାଯାଇଥିବା ଭାର୍‌ ଜରିଆରେ ୧୪ ଦେଖାଯାଇଥିଲା। ସେହିଭଳି ପ୍ରତ୍ୟେକ୍ଷ ଭାବେ ୩ଟି ନିଷ୍ପତ୍ତି ଭାର୍‌ ସମୀକ୍ଷା ଜରିଆରେ ନିଆଯାଇଥିଲା। ଭାର୍‌ ପ୍ରତ୍ୟକ୍ଷ ଭାବେ ନେଇଥିବା ୩ ନିଷ୍ପତି ଅଫସାଇଡ୍‌ ଥିଲା। ଏହି ଭୁଲ୍‌କୁ ତୁରନ୍ତ ଚିହ୍ନଟ କରାଯାଇପାରିଥିଲା। ଭିଡ଼ିଓ ଅଧିକାରୀଙ୍କ ଜରିଆରେ ନିଆଯାଇଥିବା ଘଟଣା ମଧ୍ୟରୁ ରେଫରିଙ୍କ ନିଷ୍ପତ୍ତି ୯୫ ପ୍ରତିଶତ ଠିକ୍‌ ଥିଲା, ଯେଉଁଗୁଡ଼ିକ ଭାର୍‌ ସହାୟତା ବିନା ନିଆଯାଇଥିଲା। ଏହା ପରେ ଭାର୍‌ ସହୟତା ପରେ ଏହାର ପ୍ରତିଶତ ୯୯.୩ରୁ ବୃଦ୍ଧି ପାଇଥିଲା। ଭାରକୁ ସମ୍ପୂର୍ଣ୍ଣ ଭାବେ ସଠିକ୍‌ କହିବେହ ନାହିଁ। ତଥାପି ଏହା ମଧ୍ୟରେ ଭୁଲ୍‌ ରହିଥାଇପାରେ ବୋଲି କଲିନା କହିଛନ୍ତି। ଭାର୍‌ ପାଇଁ ୮୦ ସେକେଣ୍ଡ୍‌ ସସୟ ରହିଥିଲେ ମଧ୍ୟ ବେଳେ ବେଳେ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଅଧିକ ୫/୧୦ ସେକେଣ୍ଡ୍‌ ସମୟ ଲାଗୁଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର